Breaking PLUSଓଡ଼ିଶାମୁଖ୍ୟ ଖବର

ଭୋଟରଙ୍କୁ ସଚେତନ କରିବ ବ୍ୟାଙ୍କ ଓ ଡାକଘର

ନୂଆଦିଲ୍ଲୀ, 26 ଫେବୃଆରୀ – ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କ ପ୍ରସାର ତଥା ସଚେତନତା ପ୍ରୟାସକୁ ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ (ଇସିଆଇ) ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ଏବଂ ପୋଷ୍ଟ ବିଭାଗ (ଡିଓପି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି।
2024 ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ଶିକ୍ଷା ତଥା ପ୍ରସାରଣରେ ବ୍ୟାଙ୍କ ଏବଂ ଡାକଘର ନିର୍ବାଚନ ଆୟୋଗକୁ ସାହାଯ୍ୟ କରିବ। ଆୟୋଗର ବାର୍ତ୍ତା ଦେଶରେ 1.6 ଲକ୍ଷ ବ୍ୟାଙ୍କ ଶାଖା, 2 ଲକ୍ଷରୁ ଅଧିକ ଏଟିଏମ୍ ଏବଂ 1.55 ଲକ୍ଷ ଡାକଘର ମାଧ୍ୟମରେ ବ୍ୟାପକ ଜନସାଧାରଣଙ୍କ ନିକଟରେ ପହଞ୍ଚିବ।
ସୂଚନାଯୋଗ୍ୟ ଯେ, ଦେଶରେ ନିର୍ବାଚନ ସଚେତନତା ବୃଦ୍ଧି ପାଇଁ ଆୟୋଗ ନିରନ୍ତର ଉଦ୍ୟମ କରିଥାଏ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ପାଠ୍ୟକ୍ରମରେ ଆନୁଷ୍ଠାନିକ ଭାବେ ନିର୍ବାଚନ ସାକ୍ଷରତା ଯୋଗାଇବା ପାଇଁ ଆୟୋଗ ଶିକ୍ଷା ମନ୍ତ୍ରଣାଳୟ ସହିତ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଉପସ୍ଥିତିରେ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ପୋଷ୍ଟ ବିଭାଗର ସଚିବ ଭିନୀତ ପାଣ୍ଡେ, ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହେଟ୍ଟା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Show More

Related Articles

Back to top button