Breaking PLUSଓଡ଼ିଶାମୁଖ୍ୟ ଖବର

ମଧ୍ୟପ୍ରଦେଶର 33 ରେଲୱେ ଷ୍ଟେସନର ହେବ ପୁନର୍ବିକାଶ, ଶିଳାନ୍ୟାସ କଲେ ପିଏମ ମୋଦି

ଦେଶର 554ଟି ରେଲୱେ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ଶୁଭାରମ୍ଭ
ଭୋପାଳ, 26 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅମୃତ ଭାରତ ରେଲୱେ ଷ୍ଟେସନ ଯୋଜନା ଅନ୍ତର୍ଗତ ସାରା ଦେଶରେ 554 ରେଲୱେ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏଥିରେ ମଧ୍ୟପ୍ରଦେଶର 33ଟି ରେଲୱେ ଷ୍ଟେସନ ସାମିଲ ରହିଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଭର୍ଚୁଆଲରେ ଯୋଡି ହୋଇ ଭାରତୀୟ ରେଲୱେର 41ହଜାର କୋଟି ଟଙ୍କାର ଏହି ରେଳ ପରିଯୋଜନାକୁ ରିମୋଟ ଜରିଆରେ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଏଥିରେ 554 ରେଲୱେ ଷ୍ଟେସନର ପୁନର୍ବିକାଶ ଏବଂ 1500 ରୋଡ୍ ଓଭର ବ୍ରିଜ, ଅଣ୍ଡରପାସର ଲୋକାର୍ପଣ ଓ ଶିଳାନ୍ୟାସ ସାମିଲ ରହିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଭାରତ ଛୋଟ ଛୋଟ ଓ୍ୱପ୍ନ ଦେଖିବା ଛାଡି ଦେଇଛି । ଆମେ ବଡ ସ୍ୱପ୍ନ ଦେଖୁ ଏବଂ ଏହାକୁ ପୂରଣ କରିବା ପାଇଁ ଦିନରାତି ଏକ କରିଦେଉ । ଏହି ସଂକଳ୍ପ ଏହି ବିକଶିତ ଭାରତ, ବିକଶିତ ରେଲୱେ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ଦଶନ୍ଧି ଧରି ରେଲୱେକୁ ସ୍ୱାର୍ଥ ଭରା ରାଜନୀତିର ଶିକାର ହେବାକୁ ପଡିଥିଲା, କିନ୍ତୁ ଏବେ ଭାରତୀୟ ରେଲୱେ ଦେଶବାସୀଙ୍କ ଯାତ୍ରାକୁ ସରଳ କରିଛି । ଆଜି ରେଲୱେ ଇଜ୍ ଅଫ୍ ଟ୍ରାଭେଲିଂର ଅଂଶ ହୋଇପାରିଛି । ସବୁବେଳେ କ୍ଷୟକ୍ଷତି ହେତୁ ସମାଲୋଚିତ ହେଉଥିବା ରେଳବାଇ ଆଜି ଏହାର ସର୍ବ ବୃହତ ପରିବର୍ତ୍ତନ ପର୍ଯ୍ୟାୟ ଦେଇ ଗତି କରୁଛି।

Show More

Related Articles

Back to top button