Breaking PLUSଦେଶମୁଖ୍ୟ ଖବର

ଦେଶରେ ସ୍ଥିର ସରକାରର ପ୍ରଭାବ ବୟନ ଶିଳ୍ପ କ୍ଷେତ୍ରରେ ମଧ୍ୟ ହୋଇଛି ଦୃଶ୍ୟମାନ –ପିଏମ ମୋଦି

ଦିଲ୍ଲୀରେ 4ଦିବସୀୟ ଭାରତ ଟ୍ୟାକ୍ସ 2024ର ଶୁଭାରମ୍ଭ

ନୂଆଦିଲ୍ଲୀ, 26 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ଦେଶରେ ସ୍ଥିର ଏବଂ ଦୂରଦର୍ଶୀ ସରକାର ହେବାର ଲାଭ ସ୍ପଷ୍ଟ ଭାବେ ବୟନ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ପଡିଛି । ଗତ 10 ବର୍ଷରେ ଏହା 7ଲକ୍ଷ କୋଟିରୁ ବୃଦ୍ଧି ପାଇ 12ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି ଯେ, ଭାରତର ବୟନ ଶିଳ୍ପ ବିକଶିତ ଭାରତର 4ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଗରିବ, ଯୁବକ, ଚାଷୀ ଓ ମହିଳାଙ୍କ ସହିତ ଜଡିତ । ଆମର ଦୃଢ ବିଶ୍ୱାସ ଯେ, ଆମେ ଭାରତକୁ ଗ୍ଲୋବାଲ ଏକ୍ସପର୍ଟ ହବରେ ପରିବର୍ତ୍ତନ କରିପାରିବୁ ।

ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ‘ଭାରତ ଟେକ୍ସ 2024’ ଉଦ୍ଘାଟନ କରିବା ସମୟରେ ପରିବର୍ତ୍ତିତ ପରିସ୍ଥିତି ଉପରେ ଏହି ବଡ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଆୟୋଜିତ ହେବାକୁ ଥିବା ଟେକ୍ସଟାଇଲ୍ କ୍ଷେତ୍ର ସହ ଜଡିତ ସର୍ବଭାରତୀୟ ସ୍ତରର ଇଭେଣ୍ଟ ହେଉଛି ‘ଭରତ ଟେକ୍ସ 2024’ । ଚାରି ଦିନିଆ କାର୍ଯ୍ୟକ୍ରମ ଭାରତ ମଣ୍ଡପମ ଏବଂ ଯଶୋଭୋମି ଠାରେ ଉଦ୍ଘାଟନ ସହିତ ଆରମ୍ଭ ହୋଇଥିଲା । ଏହି ଅବସରରେ 3 ହଜାରରୁ ଅଧିକ ପ୍ରଦର୍ଶକ, 100 ଟି ଦେଶରୁ ପ୍ରାୟ 3 ହଜାର କ୍ରେତା ଏବଂ ପ୍ରାୟ 40 ହଜାର ବାଣିଜ୍ୟ ପରିଦର୍ଶକ ଏକତ୍ରିତ ହୋଇଛନ୍ତି।

Show More

Related Articles

Back to top button