Breaking PLUSଦେଶମୁଖ୍ୟ ଖବର

ଅଶୋଧିତ ତୈଳଦର ଅସ୍ଥିର

ନୂଆଦିଲ୍ଲୀ- ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ବଜାରରେ ଅଶୋଧିତ ତୈଳ ଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 90ଡଲାର ରହିଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ ବ୍ୟାରେଲ ପିଛା 85ଡଲାର ରହିଛି । ଏପଟେ ଦେଶରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ ସୋମବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 96.72 ଟଙ୍କା ଓ ଡିଜେଲ ମୂଲ୍ୟ 89.62 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 106.31 ଟଙ୍କା ଓ ଡିଜେଲ ମୂଲ୍ୟ 94.27 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ଓ ଡିଜେଲ ମୂଲ୍ୟ 92.76 ଟଙ୍କା ରହିଛି । ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63 ଟଙ୍କା ଓ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।

Show More

Related Articles

Back to top button