ଦୁର୍ଘଟଣାଦେଶ

ଅପରାହ୍ଣ ୪ଟା ସୁଦ୍ଧା ରେଳ ଦୁର୍ଘଟଣା ସ୍ଥଳୀ ମରାମତି କାମ ସାରିବାକୁ ଲକ୍ଷ୍ୟ

ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଓଡ଼ିଶାର ନଥିବା ନେଇ ସୂଚନା ମିଳିଛି। ତେବେ ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର ଅଟନ୍ତି। ସେ ସମସ୍ତଙ୍କ ପରିଚୟ ମିଳିଯାଇଛି।  ୪୦ ଜଣ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଯାତ୍ରୀ ବହୁ ଗୁରୁତର ଥିବାରୁ ବିଶାଖାପଟନମକୁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ। ସେ କହିଛନ୍ତି ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ମୃତଦେହ ରେଳରେ ଫସିଥିବା ଜଣାଯାଇଛି। ଏଣେ ପୂର୍ବତଟ ରେଳପଥ ମୁଖ୍ୟ ଲୋକସଂପର୍କ ଅଧିକାରୀ ବିଶ୍ୱଜିତ ସାହୁ କହିଛନ୍ତି, ଏହି ରେଳ ଦୁର୍ଘଟଣାରେ ୧୩  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ରିଷ୍ଟୋରେସନ କାମ ଜାରି ରହିଛି। ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ୨୬ଟି ଟ୍ରେନକୁ ବାତିଲ କରାଯାଇ ଥିବା ବେଳେ ୨୨ ଟ୍ରେନର ଗତିପଥ ପରିବର୍ତ୍ତନ, ୧୧ ଟ୍ରେନ ଆଂଶିକ ବାତିଲ ଓ ୬ ଟ୍ରେନର ଛାଡ଼ିବା ସମୟରେ ପରିବର୍ତ୍ତନ କରାଯାଇଛି। ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି।

Show More

Related Articles

Back to top button