Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୪୬ ଜଣ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୫୪୬ ଜଣ କରୋନା ଆକ୍ରାନ୍ତ । ଏହି ସଂଖ୍ୟାକୁ ମିଶାଇ ଓଡିଶାରେ ଏଯାଏଁ ମୋଟ ୧୦ ଲକ୍ଷ ୧୯ ହଜାର ୭୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୦ ଜଣ ରହିଛନ୍ତି ।

୫୪୬ ଜଣଙ୍କ ମଧ୍ୟରେ କଟକ ଜିଲ୍ଲାରୁ ଆଜି ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରରୁ ୨୮, ମୟୂରଭଂଜରୁ ୨୬, ବାଲେଶ୍ୱରରୁ ୨୫, ପୁରୀରୁ ୨୦, ସମ୍ବଲପୁରରୁ ୧୮, ଯାଜପୁରରୁ ୧୫, ସୁନ୍ଦରଗଡ଼ରୁ ୯, ଅନୁଗୁଳ, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ଦେବଗଡ଼, ନୟାଗଡ଼ରୁ ୩-୩, ବରଗଡ଼, ଭଦ୍ରକ, ଗଜପତି, ଗଂଜାମ, କେନ୍ଦୁଝର, କୋରାପୁଟ, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button