ଭକ୍ତି

ବେଦବାଣୀ

ଈଶ୍ୱର ସଦାସର୍ବଦା ନିଜର ସ୍ୱାଭାବିକ କାର୍ଯ୍ୟ ଅର୍ଥାତ୍ “ସୃଷ୍ଟିର ଉତ୍ପତ୍ତି କରିବା, ସୃଷ୍ଟିର ପାଳନ କରିବା, ଯଥା ସମୟରେ ସୃଷ୍ଟିର ପ୍ରଳୟ କରିବା, ସମସ୍ତ ଜୀବଙ୍କୁ ସେମାନଙ୍କ କର୍ମାନୁସାରେ ଫଳ ଦେବା ଆଦି କାର୍ଯ୍ୟ କାହାର ସହାୟତା ନ ନେଇ ସମ୍ପାଦନ କରୁଥିବା ହେତୁ ଈଶ୍ୱରଙ୍କୁ ସର୍ବଶକ୍ତିମାନ୍ କୁହାଯାଏ ।

ଏହାରି ଉପରେ ବେଦ ମନ୍ତ୍ର କହନ୍ତି-
“ଓମ୍ ଶ୍ରୁଧି ଶ୍ରୁତକର୍ଣ୍ଣ ବହ୍ନିଭିଃ ଦୈବୈରଗ୍ନେ ସୟାବଭିଃ”

ଅର୍ଥାତ୍ ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି । ସେ ହିଁ ସର୍ବାଧାରକ ରୂପେ ଗତିଶୀଳ, ଦିବ୍ୟଶକ୍ତି ଗୁଡିକ ସହ ବ୍ୟାପକ ଆକାଶରେ ବିରାଜମାନ କରି ନ୍ୟାୟକାରୀ ରୂପେ ସମସ୍ତ ଜୀବଙ୍କୁ ସେମାନଙ୍କର ଶୁଭାଶୁଭ କର୍ମର ଯଥାଯୋଗ୍ୟ ଫଳ ପ୍ରଦାନ କରନ୍ତି ।

Show More

Related Articles

Back to top button