Breaking PLUSଦେଶମୁଖ୍ୟ ଖବର

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର

ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନେଇଛି ବଡ଼ ନିଷ୍ପତ୍ତି । କୋରୋନା ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି ମନ୍ତ୍ରଣାଳୟ । ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ । କୋଭିଡ୍ ଯୋଗୁ ଘରୋଇ ବିମାନ ପାଇଁ ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା । ତେବେ ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କୋଭିଡ୍‌ ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି । ବିଶେଷ କରି ଜୁଲାଇ ୫ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଏହି କେପାସିଟି ୬୫ ପ୍ରତିଶତ ଥିଲା । ଜୁନ୍ ୧ରୁ ଜୁଲାଇ ୫ମଧ୍ୟରେ ଏହି କେପାସିଟି ୫୦ ପ୍ରତିଶତ ଥିଲା । ଡିସେମ୍ବର ୨୦୨୦ରୁ ଏହି କ୍ଷମତାକୁ ଧିରେ ଧିରେ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।

Show More

Related Articles

Back to top button