Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆମେରିକାର ପ୍ରଥମ ମହିଳାଙ୍କୁ କୋଭିଡ, ବାଇଡେନଙ୍କ ଭାରତ ଗସ୍ତକୁ ନେଇ ଆଶଙ୍କା

ୱାଶିଂଟନ: ଆମେରିକାର ପ୍ରଥମ ମହିଳାଙ୍କୁ କୋଭିଡ । ଜିଲ ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଜିଲ୍‌ଙ୍କ ଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ତେବେ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ 72 ବର୍ଷୀୟ ପତ୍ନୀ ଗତବର୍ଷ ଅଗଷ୍ଟ ମାସରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସେହିପରି ରାଷ୍ଟ୍ରପତିଙ୍କୁ ମଧ୍ୟ 2022 ଜୁଲାଇରେ କୋଭିଡ ହୋଇଥିଲା ।

ଗଣମାଧ୍ୟମର ସୂଚନା ଅନୁସାରେ ପତ୍ନୀଙ୍କୁ କରୋନା ଚିହ୍ନଟ ପରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଆଶଙ୍କା ଦେଖାଦେଇଛି । ଜି-20 ଶିଖର ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଏନେଇ ହ୍ୱାଇଟ ହାଉସ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

Show More

Related Articles

Back to top button