Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଛଅଟି ରାଜ୍ୟରେ ସାତଟି ବିଧାନସଭା ସିଟ୍ ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ: ଦେଶର ଛଅଟି ରାଜ୍ୟରେ ସାତଟି ବିଧାନସଭା ସିଟ୍ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ଆଜି ସକାଳ 7ଟାରୁ ବିଭିନ୍ନ ସ୍ଥାନରେ ମତଦାନ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଝାରଖଣ୍ଡ, କେରଳ ଓ ତ୍ରିପୁରାର ସିଟ୍ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ତେବେ ଉତ୍ତରପ୍ରଦେଶର ଘୋସି ସିଟକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଠାରେ ବିଜେପିରୁ ଦାରା ସିଂହ ଚୌହ୍ୱାନ ମୈଦାନକୁ ଓହ୍ଲାଇଛନ୍ତି ।

ସେହିପରି ଉତ୍ତରାଖଣ୍ଡର ବାଗେଶ୍ୱର ସିଟ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି । ଅନ୍ୟ ସିଟ୍ ଉପରେ ବିଜେପି ଓ ଆଞ୍ଚଳିକ ଦଳ ମଧ୍ୟରେ ଲଢେଇ ହେଉଛି । ତ୍ରିପୁରାର ସିପାହୀଜଲା ଜିଲ୍ଲାରେ ଧନପୁର ଓ ବାକ୍ସାନଗର ବିଧାନସଭା ସିଟ ଉପରେ ମତଦାନ ମଧ୍ୟ ଜାରି ରହିଛି ।

ମତଦାନ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସକାଳ 7ଟାରୁ ଅପରାହ୍ନ 4ଟା ଯାଏ ଭୋଟ ଗ୍ରହଣ କରାଯିବ । ପଶ୍ଚିମବଙ୍ଗର ଘୁପଗୁଡୀ, ଝାରଖଣ୍ଡର ଥୁମରୀ ଓ କେରଳର ପୁଡୁପଲ୍ଲୀ ସିଟରେ ବି ମତଦାନ କରାଯାଉଛି । ବହୁ ସଂଖ୍ୟାରେ ଭୋଟର ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି । ମୋଟାମୋଟି ଭାବେ ସବୁ ସ୍ଥାନରେ ଶୃଙ୍ଖଳିତ ଭାବେ ମତଦାନ ଚାଲିଥିବା ସୂଚନା ମିଳିଛି ।

Show More

Related Articles

Back to top button