Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ୱିନସିଟିରେ ଟ୍ରାଫିକ ଯନ୍ତ୍ରଣା, ସନ୍ଧ୍ୟା 5ଟାରୁ ସାଢେ 7ଟା ଯାଏ ଭାରିଯାନ ଚଳାଚଳ ଉପରେ କଟକଣା

ଭୁବନେଶ୍ବର : ଦ୍ଵୈତ ନଗରୀରେ ଟ୍ରାଫିକ୍‌ ଯନ୍ତ୍ରଣା ସାଧାରଣ ଲୋକଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ସହର ଭିତର ରାସ୍ତା ନୁହେଁ, ଜାତୀୟ ରାଜପଥରେ ବି ଚକା ଗଡୁନି। ସକାଳ ୯ରୁ ପୂର୍ବାହ୍ଣ ୧୧ଟା ଆଉ ଅପରାହ୍ଣ ୪ରୁ ରାତି ସାଢ଼େ ୯ଟା ଯୁଆଡ଼େ ଗଲେ ସିଆଡ଼େ ଟ୍ରାଫିକ୍‌ ସମସ୍ୟା ଭିତରେ ଲୋକେ ଫସୁଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି, ଅସମ୍ଭାଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ଭାରିଯାନ ପ୍ରବେଶ ଉପରେ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି।

ସନ୍ଧ୍ୟା ୫ରୁ ସାଢ଼େ ୭ଟା ମଧ୍ୟରେ ସହର ମଧ୍ୟ ଜାତୀୟ ରାଜପଥରେ ଭାରିଯାନ ଚଳପ୍ରଚଳ କରିପାରିବ ନାହିଁ ବୋଲି ପୁଲିସ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସମୟ ମଧ୍ୟରେ ରାଜଧାନୀର ଆଇଗିଣିଆ ଛକଠାରୁ ହଂସପାଳ ଛକ, ସେହିପରି କଟକ ମଧୁପାଟଣା ଛକଠାରୁ ଶିଖରପୁର ଛକ ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ କରିପାରିବ ନାହିଁ। ଜରୁରୀକାଳୀନ ସେବା ଗାଡ଼ି ଯାତାୟାତ କରିପାରିବ। ଏହି ସମୟ ମଧ୍ୟରେ ଏସବୁ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି। ସାଧାରଣ ଲୋକେ ଯାତାୟାତ କରିବା କଷ୍ଟକର ହେଉଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏପରି କଟକଣା କରାଯାଇଛି।

ଅନ୍ୟପଟେ ସହର ମଧ୍ୟ ଜାତୀୟ ରାଜପଥର ପିତାପଲ୍ଲୀଠାରୁ କଟକ ଗୋପାଳପୁର ଛକ ପର୍ଯ୍ୟନ୍ତ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା କରାଯାଇଥିଲା।

Show More

Related Articles

Back to top button