Breaking PLUSଦେଶମୁଖ୍ୟ ଖବରରାଜନୀତିସଂସଦ

କଂଗ୍ରେସର 16 ଜଣିଆ ନିର୍ବାଚନ କମିଟି

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି। ଏହି କମିଟିରେ ୧୬ ଜଣ ସଦସ୍ୟ ରହିଥିବା ବେଳେ ପୂର୍ବରୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟିର ୭ ଜଣ ସଦସ୍ୟ ବାଦ ପଡ଼ିଛନ୍ତି। ବାଦ ପଡ଼ିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏକେ ଆଣ୍ଟୋନୀଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି।

ତେବେ କଂଗ୍ରେସର ନିର୍ବାଚନ କମିଟି(ସିଇସି) ଲୋକସଭା ଓ ବିଧାନସଭା ନିର୍ବାଚନରେ କେଉଁମାନେ ଦଳର ପ୍ରାର୍ଥୀ ହେବେ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ। ଏଥିସହ ଦଳର ସମସ୍ତ ପ୍ରଚାର ଦାୟିତ୍ୱ କଥା ମଧ୍ୟ ବୁଝିଥାଏ। ଆଗକୁ ୫ ରାଜ୍ୟର ବିଧାନସଭା ସହ ଲୋକସଭା ନିର୍ବାଚନ ଆସୁଛି। ତେଣୁ ଦଳର ଅଧ୍ୟକ୍ଷ ୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି। ଏହି କମିଟିରେ ନିଜେ ଖଡେଗ ରହିଥିବା ବେଳେ ତାଙ୍କ ସହଯୋଗୀ ତଥା କର୍ଣ୍ଣାଟକା ମନ୍ତ୍ରୀ କେଜେ ଜର୍ଜ ରହିଛନ୍ତି।

Show More

Related Articles

Back to top button