Breaking PLUSଦେଶମୁଖ୍ୟ ଖବର
Trending

ସିମ୍ କାର୍ଡ ବିକ୍ରି ପାଇଁ ଜାରି ହେଲା ନୂଆ ନିୟମ

ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଯାହାକି ଅକ୍ଟୋବର 1 ରୁ ଲାଗୁ କରାଯିବାର ସୂଚନା ମିଳିଛି। ଟେଲିକମ ଠକେଇ, ଫୋନ କଲ ଓ ମେସେଜ ଫ୍ରଡ ମାମଲା ସାମ୍ନାକୁ ଆସିବା ପରେ ଏହି ନିୟମ ଲାଗୁ କରାଯାଇଛି । ଜଣେ ବ୍ୟକ୍ତିଙ୍କ ପରିଚୟ ପତ୍ର ବ୍ୟବହାର କରାଯାଇ ହଜାର ହଜାର ସଂଖ୍ୟାରେ ସିମ୍ କାର୍ଡ ଜାରି କରାଯାଇଥିବା ପ୍ରମାଣ ମିଳିଛି ।

ଏହି ଠକାମି ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୬ ହଜାର ଫ୍ରଡ ହ୍ୱାଟସଆପ୍ ଆକାଉଣ୍ଟକୁ ବ୍ଲକ କରାଯିବା ସହ ୬୭ ହଜାର ସିମ୍ କାର୍ଡ ଡିଲରଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏଥିସହ ୫୨ ଲକ୍ଷ ଫୋନ ସଂଯୋଗକୁ ନିଷ୍କ୍ରିୟ କରାଯାଇଛି। କେବଳ ଏତିକି ନୁହେଁ ଠକମାନଙ୍କ ବିରୋଧରେ ୩୦୦ ଦଫା ଏଫଆଇଆର ପଞ୍ଜିକୃତ କରାଯିବା ସହ ଠକମାନେ ବ୍ୟବହାର କରୁଥିବା ପାଖାପାଖି ୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ସିଜ୍ କରିଦିଆଇଛି । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି ।

Show More

Related Articles

Back to top button