Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ପବିତ୍ର ଗୁରୁ ଦିବସ, ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ

ଆଜି ପବିତ୍ର ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି ।

ପବିତ୍ର ଗୁରୁ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ (ଟ୍ୱିଟର) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଶିକ୍ଷକ କେବଳ ପିଲାଙ୍କ ମଧ୍ୟରେ ଜ୍ଞାନ ଓ ନୈତିକ ଆଦର୍ଶ ସଞ୍ଚାରିତ କରିନଥାନ୍ତି, ପିଲାଙ୍କୁ ସକ୍ଷମ କରି, ଏକ ଶକ୍ତିଶାଳୀ ସମାଜ ଗଠନ ଏବଂ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ସେମାନେ ଉଲ୍ଲେଖନୀୟ ଅବଦାନ ରହିଥାଏ ।
ଭାରତ ରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତାଙ୍କ ଜୟନ୍ତୀ ଅବସରରେ ନମନ କରିବା ସହ ସମସ୍ତ ଶିକ୍ଷକଙ୍କୁ ଗୁରୁ ଦିବସର ଶୁଭକାମନା ଜଣାଇଛନ୍ତି ଶାହ ।

ନୂଆଦିଲ୍ଲୀ: ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋସିଆଲ ମିଡିଆରେ ଟ୍ୱିଟ ଯୋଗେ, ସେ କହିଛନ୍ତି ଯେ, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ୱର, ଗୁରୁ ସାକ୍ଷାତ ପରବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ । ସମସ୍ତ ଶିକ୍ଷକ ଏବଂ ପରାମର୍ଶଦାତାଙ୍କୁ ମୋର ଗଭୀର କୃତଜ୍ଞତା, ଯେଉଁମାନେ ଶିକ୍ଷାର୍ଥୀମାନଙ୍କର ଜୀବନକୁ ପ୍ରେରଣା ଦିଅନ୍ତି, ସ୍ୱପ୍ନ ସୃଷ୍ଟି କରନ୍ତି ଏବଂ ସମୃଦ୍ଧ କରନ୍ତି । ଏହି ଅବସରରେ ସେ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Show More

Related Articles

Back to top button