Breaking PLUSଦେଶମୁଖ୍ୟ ଖବର

ପୂର୍ବ ଅନୁମୋଦିତ ଋଣ ମାଧ୍ୟମରେ କରି ପାରିବେ UPI କାରବାର

ଦେଶରେ UPIର କାରବାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ସହ ଜଡିତ ସୁବିଧା ଗୁଡିକ ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ପରିସରରେ ଆଉ ଏକ ନୂତନ ସୁବିଧାକୁ ଯୋଗ କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗତ ସୋମବାର ପ୍ରକାଶ କରିଛି ଯେ, ସୋମବାର ଠାରୁ ପୂର୍ବରୁ-ମଞ୍ଜୁରୀପ୍ରାପ୍ତ ଋଣ କିମ୍ବା କ୍ରେଡିଟ୍ ଲାଇନକୁ ମଧ୍ୟ ଏବେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସିଷ୍ଟମରେ ଅନ୍ତର୍ଭୂକ୍ତ କରାଯାଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାହକ ମାନେ ବ୍ୟାଙ୍କରୁ କେବଳ ଜମା ରାଶି କାରବାରରେ UPI ସିଷ୍ଟମ ବ୍ୟବହାର କରୁଛନ୍ତି । କିନ୍ତୁ ଏବେ ସଞ୍ଚୟ ଆକାଉଣ୍ଟ, ଓଭରଡ୍ରାଫ୍ଟ ଆକାଉଣ୍ଟ, ପ୍ରିପେଡ୍ ୱାଲେଟ୍ ଏବଂ କ୍ରେଡିଟ୍ କାର୍ଡ ସହ ମଧ୍ୟ UPI ଲିଙ୍କ୍ ହୋଇପାରିବ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଘୋଷଣା କରିଛି ଯେ, ୟୁପିଆଇ ସିଷ୍ଟମରେ କାରବାର ପାଇଁ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ତଥା ପୂର୍ବ ଅନୁମୋଦିତ ହୋଇଥିବା ଋଣର ସୁବିଧାକୁ ଅନ୍ତର୍ଭୁକ୍ତ କରି ଗ୍ରାହକଙ୍କୁ ଲାଭ ନେଇ ପାରିବେ। ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଅନୁଯାୟୀ, ଏହା ଦ୍ୱାରା UPIର ମୂଲ୍ୟକୁ ହ୍ରାସ କରାଯାଇପାରିବ ଓ ଭାରତୀୟ ବଜାର ପାଇଁ ମଧ୍ୟ ଏହା ଅନ୍ୟାନ ଉତ୍ପାଦର ବିକାଶରେ ସାହାଯ୍ୟ କରିବ।
ଆରବିଆଇ ସୂଚନା ଦେଇଛି ଯେ, ଏହି ସୁବିଧା ଅଧୀନରେ ଏକ ନିର୍ଦ୍ଧାରିତ ବାଣିଜ୍ୟକ ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବ ଅନୁମୋଦିତ ଋଣ ମାଧ୍ୟମରେ କ୍ରେଡିଟ୍ ପ୍ରଦାନ କରିବାର ସୁବିଧା ମିଳିଛି । ତେବେ ଏହାକୁ ନେଇ ଏକ ସର୍ତ୍ତାବଳୀ ଜାରି କରାଯାଇଛି । ତାହା ହେଉଛି, ଏହି ସବୁ କାର୍ଯ୍ୟ ଗ୍ରାହକଙ୍କ ପାଖରୁ ଆଗରୁ ଅନୁମତି ନିଆଯିବା ଉଚିତ୍। ଏହିପରି ପାଣ୍ଠି ମାଧ୍ୟମରେ, UPI ସିଷ୍ଟମ ଅଧୀନରେ କାରବାର କରାଯାଇପାରିବ |

Show More

Related Articles

Back to top button