ବାଣିଜ୍ୟ

ଖାଇବା ତେଲ ଦାମ ୭ ରୁ ୨୦ ଟଙ୍କା କମିଛି, ଆଗକୁ ଆହୁରି କମିବ’

ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଶସ୍ତା ହେବାକୁ ଯାଉଛି ଖାଇବା ତେଲ । ଖାଇବା ତେଲ ଉପରେ ମୌଳିକ ଶୁଳ୍କ ଏବଂ ଆଗ୍ରି ସେସ୍ ବା କୃଷି ଉପକର କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ସୋୟାବିନ୍‌, ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ଅଏଲ ଉପରେ ପୂର୍ବରୁ ୨.୫ ପ୍ରତିଶତ ବେସିକ୍‌ ଡ୍ୟୁଟି ବା ମୌଳିକ ଶୁଳ୍କ ନିଆଯାଉଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଖାଇବା ତେଲ ଦର ହ୍ରାସ ପାଇବ । ଗତ ବର୍ଷ ଠାରୁ ଲଗାତାର ଭାବେ ଖାଇବା ତେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ଏଥିରେ କିଛିଟା ହ୍ରାସ ପାଇବା ଖବର ଖାଉଟିଙ୍କୁ ଆଶ୍ବସ୍ତି ଦେଇଛି । ଏହା ସହିତ ଖାଇବା ତେଲ ଉପରୁ କୃଷି ଉପକର ବା ଆଗ୍ରି ସେସ୍‌ ମଧ୍ୟ ହ୍ରାସ ପାଇଛି । ଅଶୋଧିତ ପାମୋଲିନ୍‌ ତେଲ ଉପରେ ପୂର୍ବରୁ ୨୦ ପ୍ରତିଶତ ଆଗ୍ରି-ସେସ୍‌ ନିଆଯାଉଥିବା ବେଳେ ଏବେ ତାହା ହ୍ରାସ ପାଇ ୭.୫ ପ୍ରତିଶତ ନିଆଯିବ ।

ସେହିଭଳି ଅଶୋଧିତ ସୋୟାବିନ୍‌ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରୁ ୫ ପ୍ରତିଶତ ଆଗ୍ରି-ସେସ୍‌ ହ୍ରାସ କରାଯାଇଛି । ସେହିଭଳି ଆରବିଡି ପାମୋଲିନ୍‌ ତେଲ, ସୋୟାବିନ ରିଫାଇନ୍ ତେଲ ଏବଂ ସୂର୍ଯ୍ୟମୂଖୀ ରିଫାଇନ ତେଲ ଉପରେ ବେସିକ୍‌ ଡ୍ୟୁଟି ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ କମାଇଛି କେନ୍ଦ୍ର । ଖାଦ୍ୟ ଏବଂ ସାର୍ବଜନୀକ ବିତରଣ ବିଭାଗ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଖାଇବା ତେଲ ଦାମ ଖୁବ ହ୍ରାସ ପାଇଛି । ଦେଶରେ ଅନେକ ସ୍ଥାନରେ ୭ ରୁ ୨୦ ଟଙ୍କା ଯାଏଁ ଶସ୍ତା ହୋଇଛି ଖାଇବା ତେଲ ଦାମ । ଖାଉଟିଙ୍କୁ ଆଶ୍ବସ୍ତୀ ଦେବା ପାଇଁ ଆଦାନୀ ଓ୍ବିଲମାର୍‌ ଏବଂ ରୁଚି ସୋୟା ଇଣ୍ଡଷ୍ଟ୍ରି ସହ ପ୍ରମୁଖ ତେଲ କମ୍ପାନୀ ମାନେ ଲିଟର ପିଛା ୪ ରୁ ୭ ଟଙ୍କା ଯାଏଁ ହ୍ରାସ କରିଥିଲେ ।

Show More

Related Articles

Back to top button