ବାଣିଜ୍ୟ

ଭାଙ୍ଗିଲା ୧୦ ବର୍ଷର ରେକର୍ଡ : ଦୀପାବଳିରେ ଦେଶରେ ୧.୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ

ଦୀପାବଳିରେ ଜବରଦସ୍ତ କିଣାକିଣି କରିଛନ୍ତି ଦେଶବାସୀ । ଗୋଟିଏ ଦିନରେ ପ୍ରାୟ ୧.୨୫ ଲକ୍ଷ କୋଟଇ ଟଙ୍କାର କାରବାର ହୋଇଛି । ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ରିପୋର୍ଟ ଦେଇଛି ଅଲ ଇଣ୍ଡିଆ ଟ୍ରେଡର୍ସ (CIAT) ।

ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଏହା ଏକ ରେକର୍ଡ । କାରଣ ଗୋଟିଏ ଦିନରେ ଏତେ ସଂଖ୍ୟକ ବ୍ୟବସାୟ ଗତ ଦଶ ବର୍ଷ ମଧ୍ୟରେ କେବେ ହୋଇନାହିଁ । ସବୁଠାରୁ ବଡ କଥା ହେଉଛି କରୋନା ମହାମାରୀ ମଧ୍ୟରେ ଲୋକମାନେ ଘରୁ ବାହାରି ଜିନିଷ ପତ୍ର କିଣାକିଣି କରିଛନ୍ତି । ସବୁଠାରୁ ଅଧିକ ବ୍ୟବସାୟ ଅଳଙ୍କାର କିଣାରେ ହୋଇଥିବା ସିଆଇଏଟି ସୂଚନା ଦେଇଛି । କିନ୍ତୁ ଚୀନ ବ୍ୟବସାୟରେ ଚଳିତ ବର୍ଷ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି । କାରଣ ଦେଶରେ ଚୀନ ଜିନିଷ କିଣାକିଣି କରିବା ପାଇଁ ଲୋକମାନେ ଏତେଟା ଆଗ୍ରହ ଦେଖାଇ ନାହାନ୍ତି ।

CIATର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ଦେଶର ୨୦ଟି ବଡ ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ, ଭାରତୀୟ ମାନେ ଚୀନ ନିର୍ମିତ ଜିନିଷ କ୍ରୟ ଖୁବ କମ ମାତ୍ରାରେ କ୍ରୟ କରିଛନ୍ତି । ଏମିତିକି ଚାଇନା ବାଣ ବିକ୍ରି ମଧ୍ୟ ନହୋଇଛି କହିଲେ ଚଳେ । ଭାରତୀୟ ଜିନିଷର ଚାହିଦା ବୃଦ୍ଧି ପାଇଚି । ବିଶେଷ କରି ଦୀପାବଳି ଦେଶବାସୀ ଘରକରଣା ଜିନିଷ ଏବଂ ଉପହାର ବହୁ ମାତ୍ରାରେ କିଣିଛନ୍ତି ।

Show More

Related Articles

Back to top button