ମନୋରଞ୍ଜନ

ବିବାଦରେ ‘ବେଲ ବଟମ୍‌’

ଚର୍ଚ୍ଚାରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’। ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କରୋନା କଟକଣା ପରେ ସିନେମାହଲରେ ରିଲିଜ ହୋଇଥିବା ଏହା ପ୍ରଥମ ଫିଲ୍ମ ହୋଇଥିବାବେଳେ ଫିଲ୍ମ ବିରୋଧରେ କିନ୍ତୁ କୃଷକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଲେଣି। ଅଭିନେତାଙ୍କ, କୃଷକ ଆନ୍ଦୋଳନ ବିରୋଧୀ ବୟାନକୁ ନେଇ ପଞ୍ଜାବର ବିଭିନ୍ନ ସିନେମାହଲ ବାହାରେ ଧାରଣା ଦିଆଯାଉଛି। କୃଷକମାନେ ଲଗାତାର ଭାବେ ଫିଲ୍ମ ରିଲିଜର ବିରୋଧ କରିବା ସହ ଦର୍ଶକମାନଙ୍କୁ ‘ଲାଜ ତ ଟିକେ କର’ ବୋଲି ସ୍ଲୋଗାନ ଦେଉଛନ୍ତି। ଏପରିକି ସିନେମାହଲ ମାଲିକମାନେ ଆସନ୍ତା ଶନିବାର ଯାଏ ଫିଲ୍ମ ନ ଚଲାଇବା ପାଇଁ କହି ଧମକ ଦେଇଛନ୍ତି।
ଏହି ଫିଲ୍ମକୁ ସାଉଦି ଆରବ, କୁଏତ ଏବଂ କତାର ରେ ବି ବ୍ୟାନ କରାଯାଇଛି ।

Show More

Related Articles

Back to top button