Breaking PLUSଦେଶମୁଖ୍ୟ ଖବର

ଭଦୋଦରାରେ କଣ୍ଟେନର-କାର ଧକ୍କା, ଗୋଟିଏ ପରିବାରର 5ଜଣ ସଦସ୍ୟଙ୍କ ମୃତ୍ୟୁ

ଭଦୋଦରା- ଗୁଜରାଟର ଭଦୋଦରା ସହର ନିକଟ ଜାତୀୟ ରାଜପଥ-48ରେ ରବିବାର ବିଳମ୍ବିତ ରାତିରେ ଏକ କାର କଣ୍ଟେନର ସହ ଧକ୍କା ହୋଇଛି । ଦୁର୍ଘଟଣାରେ କାରରେ ଥିବା 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାରୁ ଜଣେ 4ବର୍ଷୀୟ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଛି । ଦୁର୍ଘଟଣାରେ ଦୁଇଜଣ ନିଜ ଭାଇ, ସେମାନଙ୍କ ସ୍ତ୍ରୀ ଓ ଏକ ବର୍ଷ ବୟସର ଜଣେ ବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରଜ୍ଞେଶ ପଟେଲ, ମୟୂର ପଟେଲ, ଉର୍ବଶୀ ପଟେଲ, ଭୂମିକା ପଟେଲ ଓ ଲଭ୍ ପଟେଲ । ଦୁର୍ଘଟଣାରୁ ଅସ୍ମିତା ପଟେଲ ଅଳ୍ପକେ ବର୍ତ୍ତି ଯାଇଛି ।
ଏମାନେ ଭଦୋଦରାର ବାସିନ୍ଦା । ଦୁଇ ଭାଇଙ୍କ ପରିବାର ସୁରଟରୁ ଭଦୋଦରା ଯାଉଥିଲେ । ଭଦୋଦରାର ଜାଂବୁୱା ବ୍ରିଜରୁ ତରସାଲି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ କଣ୍ଟେନର ଚାଳକ ଓ ତାର ମାଲିକ ବିରୁଦ୍ଧରେ ମାମଲା ରୁଜୁ କରିଛି ।

Show More

Related Articles

Back to top button