Breaking PLUSଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମାରେ ଉଡାଇଦେବାକୁ ଧମକ

ଲକ୍ଷ୍ନୌ- ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପୋଲିସ କଂଟ୍ରୋଲ ରୁମକୁ ଆସିଥିବା ଏକ କଲକୁ ନେଇ ହଇଚଇ ଖେଳିଯାଇଛି । ଏହି କଲରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇବାକୁ ଧମକ ମିଳିଛି । ସୁରକ୍ଷା ମୁଖ୍ୟାଳୟରେ ମୁତୟନ ମୁଖ୍ୟ ଏସପି ମହାନଗର ଥାନାରେ ଏହାର ଅଭିଯୋଗ ରୁଜୁ କରାଇଛନ୍ତି ।
ସୂଚନାଯୋଗ୍ୟ ଏହି କଲ୍ ଶନିବାର ଦିନ ପୋଲିସ କଂଟ୍ରୋଲ ରୁମର ସିୟୁଜି ନମ୍ବରକୁ ଆସିଥିଲା । ଏହାପରେ କଂଟ୍ରୋଲ ରୁମରେ ମୁତୟନ ଥିବା ହେଡ୍ କନଷ୍ଟେବଳ ତୁରନ୍ତ ଧମକ ମିଳିଥିବା ନମ୍ବରର ଅଭିଯୋଗ ରୁଜୁ କରିଥିଲେ । ଏବେ ମାମଲାର ତଦନ୍ତରେ ଲାଗିଛି ପୋଲିସ ।

Show More

Related Articles

Back to top button