ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶରୀରର ଓଜନ ହ୍ରାସ ପାଇଁ ସେବନ କରନ୍ତୁ କଖାରୁ ମଞ୍ଜି

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ କଖାରୁ । ଶରୀର ପାଇ କଖାରୁର ଯେତିକି ଉପକାରିତା ଅଛି , ସେତିକି ଏହା ମଧ୍ୟରେ ଥିବା ମଞ୍ଚିରେ ମଧ୍ୟ ଅଛି । ଏହା ସୁସ୍ୱାଦ ମଧ୍ୟ ହୋଇଥାଏ । ଶରୀରର ଓଜନ ହ୍ରାସ କରିହାକୁ ତାହୁଁଥିଲେ ଏହାର ମଞ୍ଜିକୁ ସେବନ କରନ୍ତୁ ।

ତେବେ କିପରି ଏହି ମଞ୍ଜିକୁ ସେବନ କରିବେ-

-ଆପଣ ଚାହିଁଲେ, କଖାରୁ ମଞ୍ଜି ସେମିତି ହିଁ ଖାଇ ପାରିବେ। ଏହା ବ୍ୟତୀତ ଆପଣ ଏହାକୁ ଧିଆ ଆଞ୍ଚ ନିଆଁରେ ହାଲୁକା ଭାବେ ଭାଜି ମଧ୍ୟ ଖାଇ ପାରିବେ। ଭଜା ହୋଇଥିବା କଖାରୁ ମଞ୍ଜି ଉପରେ ଆପଣ ଅଳ୍ପ ମସଲା ପକାଇ ବି ଏହାକୁ ସେବନ କରି ପାରିବେ।

-ଆଜିକାଲି ଲୋକମାନେ ଭୋକ ଲାଗିଲେ, କିଛି ଅସ୍ୱାସ୍ଥ୍ୟକର ଜିନିଷ ଖାଇ ଦିଅନ୍ତି। ଏମିତିରେ କହି ରଖୁଛୁ କି, କଖାରୁ ମଞ୍ଜି ମିଡ୍‌ ଡେ’ ସ୍ନାକ୍ସ ଅପ୍‌ସନ ହୋଇ ପାରିବ।

-କଖାରୁ ମଞ୍ଜିକୁ ଆପଣ ସୁପ୍‌ରେ ମଧ୍ୟ ମିଶାଇ ଖାଇ ପାରିବେ। ଏହାଦ୍ୱାରା ନା କେବଳ ସୁପ୍‌ର ସ୍ୱାଦ ବଢ଼ିଥାଏ, ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ ଫାଇଦା ମିଳି ପାରିଥାଏ। କଖାରୁ ମଞ୍ଜିକୁ ଆପଣ ସାଲାଡରେ ବି ପକାଇ ଖାଇ ପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ।

-ଯଦି ଆପଣ ଘରେ ଲଡ଼ୁ କିମ୍ବା ହାଲୱା ତିଆରି କରୁଛନ୍ତି, ତା’ ହେଲେ ମିଠାରେ ମଧ୍ୟ ଆପଣ କଖାରୁ ମଞ୍ଜି ମିଶାଇ ପାରିବେ। ଏହା ବ୍ୟତୀତ ଆପଣ ଚାହିଁଲେ, ବ୍ରେଡ୍‌ କିମ୍ବା ସିଡ୍‌ କେକ୍ ତିଆରି କରିବା ସମୟରେ ବି କଖାରୁ ମଞ୍ଜି ବ୍ୟବହାର କରି ପାରିବେ।

Show More

Related Articles

Back to top button