ଦେଶସ୍ୱତନ୍ତ୍ର

ବାଦଶାହ କମ୍ପାନୀର ୫୧ ପ୍ରତିଶତ ଅଂଶଧନ କିଣିବ ଡାବର

ମସଲା ପ୍ରସ୍ତୁତ କରୁଥିବା ବାଦଶାହ କମ୍ପାନୀର ୫୧ ପ୍ରତିଶତ ଅଂଶଧନ କିଣିବ ଆୟୁର୍ବେଦ ତଥା ପ୍ରସାଧାନ ସାମଗ୍ରୀ ତିଆରି କରୁଥିବା ଡାବର । ଏଥିପାଇଁ ବାଦଶାହ କମ୍ପାନୀ  ୫୮୭.୫ କୋଟି ଟଙ୍କା ପ୍ରଦାନ କରିବ । ଡାବର ଅଂଶଧନ କ୍ରୟ କରିବା ପାଇଁ ବୁଝାମଣା ସରିଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଡାବର ବାଦଶାହା ମସଲାର ଅଂଶଧନ କିଣିବ ବୋଲି ସୂଚନା ମିଳିଛି ।ବାଦଶାହ ମସଲା ମୋଟ ଅଂଶଧନ ମୂଲ୍ୟ ୧,୧୫୨ କୋଟି ଟଙ୍କା ଆକଳନ କରାଯାଇଛି । ଏହା ଦ୍ୱାରା ଡାବର ୨୫,୦୦୦ କୋଟି ଟଙ୍କର ମସଲା ବ୍ୟବସାୟରେ ପ୍ରବେଶ କରିବ ।ଡାବର ଅଂଶଧନ କ୍ରୟ କରିବା ପାଇଁ ବୁଝାମଣା କରିଛି । ବଳକା ୪୯ ପ୍ରତିଶତକୁ ୫ ବର୍ଷ ପରେ କ୍ରୟ କରିବ ।

 

Show More

Related Articles

Back to top button