Breaking PLUSଦୁର୍ଘଟଣାମୁଖ୍ୟ ଖବର

ସଡ଼କ ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁ

କୋରାପୁଟ : ସଡ଼କ ଦୁର୍ଘଟଣାରେ ଯୁବପୋଲିସ କନେଷ୍ଟବଳଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲାର ଜଲାପୁଟ -ସଗର ରାସ୍ତାରେ ନନ୍ଦପୁର ବ୍ଲକ ଅନ୍ତର୍ଗତ ବିଲାପୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ନୂଆପୁଟ ନିକଟରେ ସଡ଼କ ଦୁର୍ଘଟଣାରେ ଜଲାପୁଟ ଫାଣ୍ଡିରେ କାର୍ଯ୍ୟରତ ଯୁବ କନେଷ୍ଟବଳଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ କନେଷ୍ଟବଳ ଜଣକ ମାଛକୁଣ୍ଡ ଥାନା ଅଧିନସ୍ଥ ଜଲାପୁଟ ଫାଣ୍ଡିରେ କାର୍ଯ୍ୟ କରୁଥିବା ବେଳେ ନିଜ ଗ୍ରାମ ମହୁଲପୁଟ ଘରକୁ ବାଇକ ଯୋଗେ ଯାଉଥିବା ସମୟରେ ଭାରସାମ୍ୟ ହରାଇ କାଜୁ ବଗିଚା ନିକଟରେ ଛିଟିକି ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଗତକାଲି ରାତିରେ ଦୁର୍ଘଟଣା ଘଟିଥିବାରୁ କୌଣସି ଲୋକଙ୍କ ନଜରକୁ ଆସିନଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଲୋକମାନେ ଚାଷ ଜମିରେ କାମ କରିବାକୁ ଯାଉଥିବା ସମୟରେ ଦେଖି ଜଲାପୁଟ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଯୁବ କନେଷ୍ଟବଳ ଧନପତି ଅଙ୍ଗେଲ(୩୫)ବୋଲି ଚିହ୍ନଟ କରି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଉକ୍ତ କନେଷ୍ଟବଳଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ତାଙ୍କ ମୃତ ଦେହକୁ ପୋଲିସ ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନାମିଳିଛି । ମୃତ ଯୁବ କନେଷ୍ଟବଳ ଧନପତି ଅଙ୍ଗେଲଙ୍କ ଘର ଲୋମତାପୁଟ ବ୍ଲକର ଟିକୋର ପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲପୁଟ ଗ୍ରାମର ହୋଇଥଥିବା ବେଳେ ଏଭଳି ଦୁଃଖଦ ଖବର ଜଣାପଡ଼ିବା ପରେ ପୋଲିସ ବିଭାଗ ଓ ଲମତାପୁଟ ବ୍ଲକରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Back to top button