ଓଡ଼ିଶାପାଣିପାଗ

ହୀରାକୁଦରେ ୮ଟି ଗେଟ ବନ୍ଦ୍, ବର୍ତ୍ତମାନ ୩୨ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ

ହୀରାକୁଦରେ ବନ୍ଦ୍ ହେଲା ୮ଟି ଗେଟ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗତ ୨ ଦିନ ହେବ ବର୍ଷା ପରିମାଣ ହ୍ରାସ ପାଇଛି । ଏହାକୁ ନଜରରେ ରଖି ୮ଟି ଗେଟ ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ, ଏବେ ୩୨ ଗେଟ ମଧ୍ୟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରେ ଏବେ ଜଳସ୍ଥର ୬୨୩.୯୧ ଫୁଟ ରହିଛି। ହୀରାକୁଦର ଡାହାଣ ପାର୍ଶ୍ୱରେ ୮ଟି ଏବଂ ବାମ ପାର୍ଶ୍ୱରେ ୨୪ଟି ଗେଟ ଖୋଲା ରହିଛି। ସେହିପରି ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୨୪ ହଜାର ୭୮୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫ ଲକ୍ଷ ୪୫ ହଜାର ୪୭୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Show More

Related Articles

Back to top button