Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 20ରେ ଲକ୍ଷ୍ନୌରେ ପହଞ୍ଚିବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା

ଲକ୍ଷ୍ନୌ, 12 ଫେବୃଆରୀ- କଂଗ୍ରେସ ପାର୍ଟିର ଭାରତ ଯୋଡୋ ନ୍ୟାୟ ଯାତ୍ରା ଫେବୃୟାରୀ 20ରେ ରାୟବରେଲି ଦେଇ ଲକ୍ଷ୍ନୌରେ ପହଞ୍ଚିବ । ଲକ୍ଷ୍ନୌରେ ରାହୁଲ ଗାନ୍ଧି ରାତ୍ରିଯାପନ କରିବେ । କଂଗ୍ରେସର ରାଜ୍ୟ ପ୍ରବକ୍ତା ଅଂଶୁ ଅବସ୍ଥି ଏହି ସୂଚନା ଦେଇଛନ୍ତି ।
କଂଗ୍ରେସର ପ୍ରବକ୍ତା କହିଛନ୍ତି ଯେ, ଉତ୍ତରପ୍ରଦେଶର ବୋର୍ଡ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ହିତକୁ ଦେଖି ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରାର ସମୟ ଉତ୍ତରପ୍ରଦେଶରେ ହ୍ରାସ କରିଛନ୍ତି । ଫେବୃୟାରୀ 22ରେ ୟୁପି ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଭାରତ ଯୋଡୋ ନ୍ୟାୟ ଯାତ୍ରା 16ରୁ 21 ଫେବୃୟାରୀ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ରହିବ । ପୂର୍ବରୁ ଏହା ଫେବୃୟାରୀ 26 ଯାଏ ରହିବାର ଥିଲା ।

Show More

Related Articles

Back to top button