Breaking PLUSଦେଶମୁଖ୍ୟ ଖବର

ରୋଜଗାର ମେଳାରେ ଏକ ଲକ୍ଷରୁ ଅଧିକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପିଏମ ମୋଦି

ନୂଆଦିଲ୍ଲୀ, 12 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିସି ଜରିଆରେ ନବ ନିଯୁକ୍ତ ଯୁବକଙ୍କୁ 1ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ନୂଆଦିଲ୍ଲୀରେ ଏକିକୃତ ପରିସର ‘କର୍ମଯୋଗୀ ଭବନ’ର ପ୍ରଥମ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପରିସର ମିଶନ କର୍ମଯୋଗୀର ବିଭିନ୍ନ ଭାଗ ମଧ୍ୟରେ ସହଯୋଗ ଓ ତାଳମେଳର ଅଭିବୃଦ୍ଧି କରିବ ।
ରୋଜଗାର ମେଳା ସାରା ଦେଶର 47ଟି ସ୍ଥାନରେ ଆୟୋଜିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ସମସ୍ତ ନବନିଯୁକ୍ତ ଯୁବକଙ୍କୁ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ, ଆମେ ଭାରତ ସରକାରରେ ଭର୍ତ୍ତି ପ୍ରକ୍ରିୟାକୁ ଏବେ ସମ୍ପୂର୍ଣ୍ଣ ଭାବେ ପାରଦର୍ଶୀ କରିଛୁ । କେବଳ ଏତିକି ନୁହେଁ, ନିଯୁକ୍ତି ପ୍ରକ୍ରିୟା ସମୟ ଭିତରେ ନିର୍ଦ୍ଧାରିତ ସମୟ ଭିତରେ କରିବାକୁ ସରକାର ଗୁରୁତ୍ୱ ଦେଉଛି । ଏହାଦ୍ୱାରା ପ୍ରତ୍ୟେକ ଯୁବକ ନିଜ ଯୋଗ୍ୟତାକୁ ସାବ୍ୟସ୍ତ କରିବା ପାଇଁ ସମାନ ଅବସର ପାଇପାରୁଛି ।

Show More

Related Articles

Back to top button