Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପିଏମ ମୋଦି, କହିଲେ-ଏହି ଦୁଃଖ ସମୟରେ ଭାରତ ଋଷ ସହିତ ଅଛି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋର କ୍ରାସ୍ତ୍ରୋଗୋର୍ସ୍କ ସହରର କ୍ରୋକସ ସିଟି ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶନିବାର କଡା ନିନ୍ଦା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲ ପୋଷ୍ଟରେ କହିଛନ୍ତି ଯେ, ‘ମୁଁ ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରୁଛି । ଆମର ସମବେଦନା ଓ ପ୍ରାର୍ଥନା ପୀଡିତ ପରିବାରଙ୍କ ସହିତ ରହିଛି । ଏହି ଦୁଃଖ ସମୟରେ ଭାରତ ଋଷ ସଂଘର ସରକାର ଓ ଲୋକଙ୍କ ସହିତ ଏକଜୁଟତା ସହିତ ରହିଛୁ ।
ଏଠାରେ ସୂଚନାଯୋଗ୍ୟ, ଶୁକ୍ରବାର ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । 80ଜଣ ଆହତ ହୋଇଛନ୍ତି ।

Show More

Related Articles

Back to top button