Breaking PLUSଦେଶମୁଖ୍ୟ ଖବର

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ, କହିଲେ- ଏହା ତାଙ୍କ କର୍ମ ଫଳ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ତାଙ୍କ ଗିରଫଦାରୀ ପରେ ଇଣ୍ଡିଆ ମେଣ୍ଟର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିଥିବାବେଳେ ସାମାଜିକ କର୍ମୀ ଆନ୍ନା ହଜାରେ କହିଛନ୍ତି ଯେ, ତାଙ୍କ କର୍ମ କାରଣରୁ ହିଁ ତାଙ୍କୁ ଗିରଫ କରାଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ଦେଇ ଆନ୍ନା ହାଜାରେ କହିଛନ୍ତି, ‘‘ମୁଁ ଅତ୍ୟନ୍ତ ଦୁଃଖିତ ଯେ ଅରବିନ୍ଦ କେଜ୍ରିୱାଲ ଯିଏ ଦିନେ ମୋ ସହ କାମ କରୁଥିଲେ, ସେ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ବର୍ତ୍ତମାନ ସେ ନିଜେ ମଦ ନୀତି ପ୍ରସ୍ତୁତ କରୁଛନ୍ତି। ତାଙ୍କ ଗିରଫଦାରୀ ତାଙ୍କ କର୍ମ ଯୋଗୁ ହିଁ ହୋଇଛି।’’ଆନ୍ନା ହଜାରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଏପରି ନୀତି କାର୍ଯ୍ୟକାରୀ ନକରିବାକୁ ଅରବିନ୍ଦ କେଜ୍ରିୱାଲଙ୍କୁ ଚେତାବନୀ ଦେଇଥିଲେ। ସେ କହିଛନ୍ତି, ‘‘ମୁଁ କହିଥିଲି ଯେ ମଦ ନୀତି ପ୍ରସ୍ତୁତ କରିବା ଆମ କାମ ନୁହେଁ। ଏକ ଛୋଟ ପିଲା ମଧ୍ୟ ଜାଣେ ଯେ ମଦ ଏକ ଖରାପ ଜିନିଷ। କିନ୍ତୁ ସେ ଏହି ନୀତି ପ୍ରସ୍ତୁତ କରିଥିଲେ। ତାଙ୍କୁ ଲାଗିଲା ଯେ, ସେ ଏଥିରୁ ଅନେକ ଟଙ୍କା ରୋଜଗାର କରିବେ, ତେଣୁ ସେ ଏହି ନୀତି ଲାଗୁ କରିଥିଲେ। ମୁଁ ତାଙ୍କୁ ଏନେଇ ଦୁଇଥର ଚିଠି ମଧ୍ୟ ଲେଖିଥିଲି।’’

Show More

Related Articles

Back to top button