Breaking PLUSଦେଶମୁଖ୍ୟ ଖବର

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ, 1 ଜାନୁଆରୀ – ନୂଆବର୍ଷ 2024ର ପ୍ରଥମ ଦିନରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଛି । ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ବଡ ଆଶ୍ୱସ୍ତି ପ୍ରଦାନ କରି 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 1.50 ପଇସାରୁ 4.50 ପଇସା ହ୍ରାସ କରିଛନ୍ତି । ନୂଆଦର ଆଜିଠାରୁ ଲାଗୁ ହୋଇଛି ।
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ)ର ୱେବସାଇଟ୍ ମୁତାବକ ଏବେ ରାଜଧାନୀ ଦିଲ୍ଲୀରେ 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ 1.50 ପଇସା ଥିବା ବେଳେ ଏହା ହ୍ରାସ ପାଇ 1755.50 ପଇସା ହୋଇଛି । ମୁମ୍ବାଇରେ 1.50 ପଇସା ହ୍ରାସ ପାଇ 1708.50ପଇସା ହୋଇଛି । ଚେନ୍ନାଇରେ ସର୍ବାଧିକ 4.50 ପଇସା ହ୍ରାସ ପାଇ 1924.50 ପଇସା ହୋଇଥିବା ବେଳେ କୋଳକତାରେ 50ପଇସା ହ୍ରାସ ପାଇ 1869ଟଙ୍କା ହୋଇଛି ।

Show More

Related Articles

Back to top button