Breaking PLUSଓଡ଼ିଶାମୁଖ୍ୟ ଖବର

ଏକ୍ସ-ରେ ପୋଲାରିମିଟର ସାଟେଲାଇଟର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, 1 ଜାନୁଆରୀ – ଏକ୍ସରେ ପୋଲାରିମିଟର ସାଟେଲାଇଟର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଭାରତର ପ୍ରଥମ ଏକ୍ସ-ରେ ପୋଲାରିମିଟର ସାଟେଲାଇଟର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଉଛି । ଏକ୍ସପୋସାଟ୍ ଉପଗ୍ରହ ବୈଜ୍ଞାନିକମାନଙ୍କର ବ୍ରହ୍ମାଣ୍ଡ ଉତ୍ସରୁ ଏକ୍ସ-ରେ ନିର୍ଗମନ ଅଧ୍ୟୟନ ଏବଂ ବ୍ଲାକ ହୋଲକୁ ବୁଝିବାରେ ଉନ୍ନତି ଆଣିବ ।

Show More

Related Articles

Back to top button