ଓଡ଼ିଶା

ମାଡି ଆସୁଛି ବାତ୍ୟା ‘ଫେଲିସିଆ’

୨୦୦ କିମିରୁ ଅଧିକ ବେଗରେ ବହିବ ପବନ ! ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ ମାଡି ଆସୁଛି ବାତ୍ୟା ଫେଲିସିଆ ।

୧୩୦ ମାଇଲ ବା ୨୦୦ରୁ ଅଧିକ ବେଗରେ ବହିପାରେ ପବନ । ତେବେ ଆସନ୍ତା ବୁଧବାର ଏହା ଗଭୀର ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।ଏବେ ଫେଲିସିଆ ପୂର୍ବ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଉଛି । ଯାହା ଧିରେଧିରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଭୁପୃଷ୍ଠ ଆଡକୁ ମାଡି ଆସୁଛି । ଏହା ଆମେରିକାର ହିଲୋ ପ୍ରାନ୍ତରୁ ୨୧୨୦ ମାଇଲ ଓ କାଲିଫର୍ଣ୍ଣିଆ ଉପକୂଳରୁ ଏହା ୧୦୩୦ ମାଇଲ୍ ଦୂରରେ ରହିଛି । ବାତ୍ୟା ଯେଉଁଠି କେନ୍ଦ୍ରୀଭୂତ ହୋଇଛି ସେଠାରେ ଘଣ୍ଟା ପ୍ରତି ୨୫ କିମି ବେଗରେ ପବନ ବୋହୁଥିବା ବେଳେ ସ୍ଥଳଭାଗରେ ମାଡ ହେବା ପରେ ୨୦୦ କିମି ବେଗରେ ପ୍ରତି ପବନ ବହିପାରେ ।ସବୁଠାରୁ ବଡ କଥା ହେଲା ଯେ, ଏହି ବାତ୍ୟା ସ୍ଥଳଭାଗରେ ମାଡ ହେବା ଆଶଙ୍କା କମ ରହିଛି । ଏହା ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯିବ । କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ମିଆମି ନ୍ୟାଶନାଲ ହରିକେନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରବେଶ ବେଳକୁ ଦୁର୍ବଳ ହୋଇସାରିଥିବ ।

କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ପ୍ରବେଶ କରିବା ସତ୍ତ୍ୱେ ଏହା ହାଓ୍ୱାଲିଆନ ଦ୍ୱୀପରୁ ଦୂରରେ ରହିବ । ରବିବାର ରାତିରୁ ହିଁ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ସପ୍ତାହର ବୁଧବାର ଯାଏଁ ଜାରି ରହିପାରେ ।ତେବେ ବୁଧବାର ସୁଦ୍ଧା ଏହା ଦୁର୍ବଳରୁ ଅତି ଦୁର୍ବଳ ହୋଇ ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ହାଓ୍ୱାଇ ଦ୍ୱୀପ ଆଡେ ମୁହାଁଇପାରେ । ଯେହେତୁ ଫେଲିସିଆ ଏବେ ବହୁ ଦୂରରେ ଅଛି ତେଣୁ ଏହା ହାଓ୍ୱାଇ ଉପରେ କିଛି ପ୍ରଭାବ ପକାଇବ ନା ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହାସତ୍ତ୍ୱେ ପ୍ରଶାସନ ପକ୍ଷରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହାସହ ଆବଶ୍ୟକୀୟ ସରଞ୍ଜାମ ମଧ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି ।ଆମେରିକା ଜାତୀୟ ହରିକେନ୍ ସେଣ୍ଟରର ସୂଚନାନୁସାରେ, ଫେଲିସିଆକୁ କାଟାଗୋରୀ ୪ରେ ରଖାଯାଇଛି । କାରଣ ଏହା ଭୟଙ୍କର ରୂପ ନେଇପାରେ । ମାଡ ହେବା ଦ୍ୱାରା ଏହା ଘଣ୍ଟାପ୍ରତି ୧୩୦ ମାଇଲ ବେଗରେ ପବନ ବହିବାର କ୍ଷମତା ରଖୁଛି । ତେବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଥିବା ହରିକେନ୍ ସେଣ୍ଟର କହିଛି ।

Show More

Related Articles

Back to top button