ମନୋରଞ୍ଜନ

ମା ହେଲେ କମେଡ଼ି କୁଇନ ଭାରତୀ

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କହିଲେ ‘ଇଟ୍ସ ଏ ବୟ’

ବଲିଉଡରେ କମେଡ଼ି କୁଇନ କୁହାଯାଉଥିବା ଭାରତୀ ସିଂ ଓ ହର୍ଷ ଲିମ୍ୱାଚିଆଙ୍କ ତାଙ୍କ ଇନଷ୍ଟାଗ୍ରାମରେ ଫେନ୍ସ ଓ ଫଲୋଓରର୍ସ ମାନଙ୍କୁ ଏକ ଶୁଭ ଖବର ଦେଇଛନ୍ତି । ଭାରତୀ ଓ ହର୍ଷଙ୍କ ଘରେ ଏବେ କୁଆଁ କୁଆଁ ରାବ ଶୁଭୁଛି। ଭାରତୀ ମା ହୋଇଛନ୍ତି । ତାଙ୍କର ଏକ ପୁଅ ହୋଇଛି ବୋଲି ସେ ଇନଷ୍ଟାଗ୍ରାମରେ ପୋଷ୍ଟରେ ସୂଚନା ଦେଇଛନ୍ତି। ଭାରତୀ ଓ ହର୍ଷଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ତାଙ୍କ ଫେନ୍ସ ଓ ଫଲୋଓର୍ସମାନେ ବହୁତ ପସନ୍ଦ କରିବା ସହ ସୋସିଆଲ ମିଡିଆରେ ଏହାକୁ ସେୟାର କରୁଛନ୍ତି । ତାଙ୍କ ଫେନ୍ସମାନଙ୍କ ସହିତ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ଇନଷ୍ଟାଗ୍ରାମ ପୋଷ୍ଟରେ ଶୁଭେଚ୍ଛା ଦେଇଛନ୍ତି ।

ଭାରତୀ ସିଂ ଓ ହର୍ଷ ଲମ୍ୱାଚିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଭାରତୀ ଓ ହର୍ଷ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ହର୍ଷ ଓ ଭାରତୀ ଏକାସହ ନଜର ଆସିଛନ୍ତି ଓ ଭାରତୀ ହାତରେ ଏକ ଛୋଟ ଟୋକରି ଧରିଛନ୍ତି । ଏହି ଫଟୋ ସହିତ ହର୍ଷ ଓ ଭାରତୀ କ୍ୟାପସନରେ ଲେଖିଛନ୍ତି ଇଟ୍ସ ଏ ବୟ । ଏହା ସହ ରେଡ ହାର୍ଟ ଇମୋଜି ମଧ୍ୟ ରହିଛି। ବର୍ତ୍ତମାନ ହର୍ଷ ଓ ଭାରତୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି ।

Show More

Related Articles

Back to top button