ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଣି ବଢିଲା ତେଲ ଦର,୧୪ ଦିନରେ ୯ ଟଙ୍କା ବୃଦ୍ଧି

ତେଲ ଦରରେ ଲାଗୁନି ବ୍ରେକ୍

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତେଲ ଦର । ୨ ସପ୍ତାହ ମଧ୍ୟରେ ୧୨ ଥର ତେଲ ଦର ବଢି ବର୍ତ୍ତମାନ ୯ ଟଙ୍କା ବୃଦ୍ଧି ପାଇଲାଣି । ଆଜି ପୁଣି ପେଟ୍ରୋଲ ଦରରେ ୪୩ ପଇସା ଓ ଡିଜେଲ ଲିଟର ପିଛା ଦର ୪୨ ପଇସା ବୃଦ୍ଧି ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୯୭ ପଇସା ଓ ଡିଜେଲ ଲିଟର ୧୦୦ ଟଙ୍କା ୫୪ ପଇସା ହୋଇଛି ।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୪୦ ପଇସା ବଢି ପେଟ୍ରୋଲ ୧୦୩ ଏବଂ ଡିଜେଲ୍ ୯୫ରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୮୪ପଇସା ବୃଦ୍ଧି ପାଇ ୧୧୮ ଟଙ୍କା ହୋଇଛି ।  କୋଲକାତାରେ ଡିଜେଲ୍ ଲିଟର ପିଛା ୯୮.୨୨ ଟଙ୍କା ରହିଥିବାବେଳେ ପେଟ୍ରୋଲ ୧୧୩.୪୫ ତଙ୍କା ରହିଛି । ଚେନ୍ନାଇରେ  ଡିଜେଲ୍ ଲିଟର ପିଛା ୯୯.୪୨ ଟଙ୍କା ରହିଥିବାବେଳେ ପେଟ୍ରୋଲ ଲିଟର ପିଛା  ୧୦୯.୩୪ ତଙ୍କା ରହିଛି ।
ରାଜ୍ୟର ସର୍ବାଧିକ ତେଲ ଦର ମାଲକାନଗିରିରେ ରହିଛି । ବିଶେଷଜ୍ଞଙ୍କ ଅନୁମାନ ଯେ , ତେଲ ଦର ଆହୁରି ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ ।
Show More

Related Articles

Back to top button