Breaking PLUSଓଡ଼ିଶାଦେଶବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ନନ୍ଦିତା ଦାସଙ୍କ ଫିଲ୍ମରେ ନଜର ଆସିବେ କମେଡି କିଙ୍ଗ୍ କପିଲ ଶର୍ମା

ଏହି ଫିଲ୍ମରେ କପିଲ ଶର୍ମା କିଛି ଭିନ୍ନ ଚରିତ୍ରରେ  ଅଭିନୟ କରିବାକୁ ଯାଉଛନ୍ତି

ମୁମ୍ବାଇ:ହାସ୍ୟ ଅଭିନେତା କପିଲ ଶର୍ମାଙ୍କ  ‘କିସ-କିସ କୋ ପ୍ୟାର୍‌ କରୁଁ’ ଓ ‘ଫିରଙ୍ଗି’ ଭଳି ଫିଲ୍ମରେ କାମ କରିବା ପରେ ଏବେ  ଆଉ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି। ଭେଟେରାନ ଫିଲ୍ମ ନିର୍ମାତା ନନ୍ଦିତା ଦାସ ଓ କପିଲ ଶର୍ମାଙ୍କ ମିଳିତ ସହଯୋଗରେ ଏହି ଫିଲ୍ମ ତିଆରି ହେବାକୁ ଯାଉଛି। ଏହି ଫିଲ୍ମରେ କପିଲ ଶର୍ମା କିଛି    ଭିନ୍ନ ଚରିତ୍ରରେ  ଅଭିନୟ କରିବାକୁ ଯାଉଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିବ ।

ସୂଚନାଯୋଗ୍ୟ, ନିକଟରେ କପିଲ ଶର୍ମା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସହଯୋଗିତା ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ କପିଲ ଫୁଡ୍‌ ଡେଲିଭରୀ ବୟ ଭୂମିକାରେ ନଜର ଆସିବେ। ଆଉ କପିଲଙ୍କ ବିପକ୍ଷରେ ସୁହାନା ଗୋସ୍ବାମୀଙ୍କୁ ଦେଖିବାକୁ ମିଳିବ। ସେ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଚଳିତ ମାସ ଶେଷରେ ଓଡିଶାର ଭୁବନେଶ୍ୱରରେ ଆରମ୍ଭ ହେବ । ସାଧାରଣ ଲୋକଙ୍କ ଆଖିରେ ଲୁଚି ରହିଥିବା କଥାକୁ ଏହି ଫିଲ୍ମ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଯାଇଛି ବୋଲି ନନ୍ଦିତା ଦାସ ଏହି ଫିଲ୍ମ ବିଷୟରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ।

ଏଥିସହ କପିଲଙ୍କୁ ପ୍ରଶଂସା କରିବାକୁ ଯାଇ ସେ କହିଛନ୍ତି, ଜଣେ ସାଧାରଣ ମଣିଷକୁ ପ୍ରତିନିଧିତ୍ୱ କରିବାର ସମ୍ପୂର୍ଣ୍ଣ କ୍ଷମତା କପିଲଙ୍କ ପାଖରେ ରହିଛି। ଆଉ ସେ ବହୁ ନିଷ୍ଠାଭାବେ କରିପାରିବେ ବୋଲି ମୋର ବିଶ୍ୱାସ । ଅପରପକ୍ଷେ ନନ୍ଦିତା ଓ କପିଲଙ୍କ ସହ କାମ କରିବା ପାଇଁ ସୁହାନା ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି।

ସେହିପରି କପିଲ୍ ଶର୍ମା କହିଛନ୍ତି , ଏହି ପ୍ରୋଜେକ୍ଟକୁ ନେଇ ବହୁତ ଖୁସି ଅଛି । ଯେହେତୁ ମୁଁ ଉଭୟ ଅଭିନେତ୍ରୀ,ଲେଖିକା ଏବଂ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଫିଲ୍ମ କରୁଛି । ଜଣେ କଳାକାର ସବୁବେଳେ କିଛି ଅଲଗା କରିବାକୁ ପ୍ରୟାସ କରିଥାଏ । ଦର୍ଶକମାନେ ମତେ ଏକ ନୂଆ ସାଇଡ୍ ରେ ଦେଖିବାକୁ ପାଇବେ, ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି ।

Show More

Related Articles

Back to top button