Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ , ମୋଟ୍ ୭୧ ପ୍ରତିଶତ ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ମୋଟ୍ ୭୧ ପ୍ରତିଶତ ମତଦାନ ହୋଇଛି

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି,୧୫୬୪ ଗ୍ରାମପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ମୋଟ୍ ୭୧ ପ୍ରତିଶତ ମତଦାନ ହୋଇଛି ।

ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ମୋଟ ୬୮ ଟି ବ୍ଲକରେ ୧୫୧୪ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି ।

କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି,  ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟ ରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତି ପୂର୍ଣ୍ଣଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ କିଛି ବୁଥରେ ନିର୍ବାଚନ ପକ୍ରିୟା ବାଧାପ୍ରାପ୍ତ ହୋଇଛିା ଜିଲ୍ଲାପାଳଙ୍କ ରିପୋର୍ଟ ପରେ ଏହି ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ହୋଇପାରେ ।

 

Show More

Related Articles

Back to top button