ବାଣିଜ୍ୟ

୨ ମାସରେ ଦ୍ୱିତୀୟବାର ମୂଲ୍ୟବୃଦ୍ଧି କଲେ ହିନ୍ଦୁସ୍ତାନ ୟୁନିଲିଭର

ବଢ଼ିଗଲା ଡିଟରଜେଣ୍ଟ, ଡିସୱାସ ସମେତ ଲକ୍ସ, ରେକ୍ସୋନା ଓ ପଣ୍ଡସ ପାଉଡର ଦର

ଭାରତର ସର୍ବ ବୃହତ ଦ୍ରୁତ ପ୍ରଗତିଶୀଳ ଉପଭୋକ୍ତା ସାମଗ୍ରୀ (ଏଫଏମସିଜି) କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବଜାରରେ କଞ୍ଚାମାଲର ମୂଲ୍ୟବୃଦ୍ଧି ଜନିତ ପରିସ୍ଥିତି ମୁକାବିଲା ଲାଗି ପୁଣି ଥରେ ନିଜ ଉତ୍ପାଦ ମୂଲ୍ୟ ବୃଦ୍ଧି ଲାଗି ପଦକ୍ଷେପ ନେଇଛନ୍ତି। ଗତ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ ମ୍ୟାନେଜମେଣ୍ଟ ଏହି ବୃଦ୍ଧିନେଇ ସୂଚନା ଦେଇଥିଲେ। ଡିସେମ୍ବର ତ୍ରୈମାସିକ ତୁଳନାରେ ମୁଦ୍ରାସ୍ପିତି ହାର ବୃଦ୍ଧି ଯୋଗୁ କମ୍ପାନୀ କାଲିବ୍ରଟେଡ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତରେ ଚିନ୍ତା କରୁଥିବା କହିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ଏଚୟୁଏଲଙ୍କ ମୁଖ୍ୟ ଅର୍ଥନୈତିକ ଅଧିକାରୀ ରିତେଶ ତିୱାରୀ ଆମର ପ୍ରଥମ କାମ ଖର୍ଚ୍ଚ ସଞ୍ଚୟ କରିବା ଓ ପରେ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତରେ ଚିନ୍ତା କରିବା ବୋଲି କହିଛନ୍ତି। ଏଥିରେ ବ୍ରୋକରେଜ୍ ଫାର୍ମ ଏଲଡୱାଇସ ସିକ୍ୟୁରିଟିଜ କମ୍ପାନୀ ଫେବୃଆରୀରେ ସାବୁନ, ଡିଟର୍ଜେଣ୍ଟ ଓ ଡିସୱାସ ସମେତ କେତେକ ଉତ୍ପାଦରେ ୩ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା କହିଛନ୍ତି। ଏଥିରେ ଏଚୟୁଏଲ ସର୍ଫ ଏକ୍ସେଲ ଇଜି ୱାସ୍, ସର୍ଫ ଏକ୍ସେଲ କ୍ୱିକ୍ ୱାସ୍, ଭୀମ ବାର ଓ ଲିକ୍ୱିଡ, ଲକ୍ସ ଓ ରେକ୍ସୋନା ସାବୁ ଏବଂ ପଣ୍ଡସ ପାଉଡର ଦର କେବଳ ବୃଦ୍ଧି କରିଥିବା ଏଲଡୱାଇସ୍ କହିଛନ୍ତି।

ଏହା ପୂର୍ବରୁ ଜାନୁୟାରୀରେ ଏଚୟୁଏଲ ତାଙ୍କର ହ୍ୱିଲ, ରିନ, ସର୍ଫଏକ୍ସଲ, ଲାଇଫବୟ ରେଞ୍ଜ ରେ ୩ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଥିଲେ। ସେହିପରି ଗତ ଡିସେମ୍ବର ଓ ଏହା ପୂର୍ବର ସେପ୍ଟେମ୍ବର ତ୍ରୈମାସିକରେ ଚା, ଅଶୋଧିତ ପାମ ଅଏଲ ଆଦିର ମୂଲ୍ୟ ବୃଦ୍ଧି ଯୋଗୁ ତାଙ୍କ ଉତ୍ପାଦ ମୂଲ୍ୟ ବୃଦ୍ଧି କରିଥିଲେ। ଚଳିତ ସପ୍ତାହ ପ୍ରାରମ୍ଭରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଜାନୁୟାରୀ ମାସର ରିପୋର୍ଟ ଜାରି କରିଥିଲେ। ଏଥିରେ ଦେଶର ଖୁଚୁରା ମୁଦ୍ରାସ୍ପିତି ହାର ୭ ମାସର ସର୍ବୋଚ୍ଚସ୍ତରକୁ ପହଞ୍ଚିଥିବାର ଜଣାପଡିଥିଲା। ଏହି ସମୟରେ ଦେଶର ରିଟେଲ ଇନଫ୍ଲେସନ ରେଟ ୬.୧ ପ୍ରତିଶତକୁ ପହଞ୍ଚିଥିଲା।

Show More

Related Articles

Back to top button