Breaking PLUSଆଇନ କାନୁନଦେଶମୁଖ୍ୟ ଖବରସ୍ୱତନ୍ତ୍ର

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି ,୩% ମହଙ୍ଗା ଭତ୍ତା ବୃଦ୍ଧି

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଛି । ସୂଚନା ମୁତାବକ ମାର୍ଚ୍ଚ ମାସରେ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର । ଅର୍ଥାତ୍ କର୍ମଚାରୀ ବର୍ତ୍ତମାନ ପାଉଥିବା ୩୧ ପ୍ରତିଶତ ଭତ୍ତା ବୃଦ୍ଧି ପାଇ ୩୪ ପ୍ରତିଶତ ହେବ ।

ତାହା ସହ ବକେୟା ଅର୍ଥ ମଧ୍ୟ ସରକାର କର୍ମଚାରୀଙ୍କୁ ଦେଇପାରନ୍ତି । ଏହି ୩% ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ କରାଯିବ । ଅର୍ଥାତ୍ ଜାନୁଆରୀ ପହିଲାରୁ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନେ ଉପକୃତ ହେବେ । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଏହା ପ୍ରଦାନ କରୁଥିବା ଜଣାପଡ଼ିଛି ।ଏଥିରେ ୪୮ ଲକ୍ଷ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Show More

Related Articles

Back to top button