ଓଡ଼ିଶାମୁଖ୍ୟ ଖବର

ଓମିକ୍ରନ୍ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

କହିଲେ ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ

ରାଜ୍ୟରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବା ସହ ସଚେତନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ନବୀନ କହିଛନ୍ତି କୋଭିଡର ନୂଆ ଭାରିଏଣ୍ଟ omicron ବହୁତ ଜୋରରେ ବ୍ୟାପିବାରେ ଲାଗୁଛି । ତେଣୁ ଆଗକୁ ଆମକୁ ସତର୍କ ରହିବାକୁ ପଡିବ । ମୁଁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ମାନି ଚଳନ୍ତୁ । ଏମିତିକି ଦରକାର ନଥିଲେ ବାହାରକୁ ଯାଅନ୍ତୁନି । କାରଣ ପ୍ରତିଟି ଜୀବନ ମୋ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଆପଣଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିପାରିବା । ତେବେ ଏଥିପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରୁଛି ।

Show More

Related Articles

Back to top button