ଦେଶ ବିଦେଶମୁଖ୍ୟ ଖବର

ନୂଆବର୍ଷରେ ଆସିପାରେ ନୂଆ ଗାଇଡ୍ ଲାଇନ୍

ସ୍ଥିତି ଦେଖି କଟକଣା ବଢାଇବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଏମିତିରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାର ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ତେବେ ଏ ନେଇ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା କଟକଣାକୁ ବଢାଇବାକୁ ସବୁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସ୍ଥିତି ଦେଖି ଜିଲ୍ଲାପାଳମାନେ କଟକଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି । ଟିକା ନେଇନଥିବା ଲୋକଙ୍କୁ ଟିକା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଜେନମ ସିକ୍ୟୁଏନ୍ସିଂ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆରଟିପିସିଆରରେ ପଜିଟିଭ ଓ ସିଟି ଭ୍ୟାଲୁ କମ୍ ଥିବା ଲୋକଙ୍କ ଜେନମ ସିକ୍ୟୁଏନ୍ସିଂ କରାଯିବ । ନୂଆବର୍ଷ ପାଇଁ ନୂଆ ଗାଇଡ୍ ଲାଇନ୍ ଆସିପାରେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି । ହଷ୍ଟେଲ ଗୁଡିକରେ ପିଲାଙ୍କଠାରେ ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା ହେବା ପର୍ଯ୍ୟନ୍ତ ତୁରନ୍ତ ସେମାନଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button