ଦେଶ ବିଦେଶବାଣିଜ୍ୟ

ଜାପାନ McDonald’s କମ୍ପାନୀରେ ଦେଖା ଦେଲା ସମସ୍ୟା

ବର୍ତ୍ତମାନ ଜାପାନରେ ଖୋଲାଖୋଲି ଭାବରେ ଫ୍ରେଞ୍ଚ ଫ୍ରାଇଜ୍‌ର ମଜ ଉଠାଇ ପାରୁ ନାହାନ୍ତି । ଦୁନିଆର ସବୁଠାରୁ ବଡ ଫାଷ୍ଟ ଫୁଡ୍‌ ମେକ୍‌ଡୋଲ୍ଡର ଆଉଟ୍‌ଲେଟ୍‌ କଞ୍ଜୁସଙ୍କ ଭାବରେ ବାଣ୍ଟୁଛନ୍ତି । ତେବେ ସେଠାରେ ଅର୍ଥାତ୍ ଜାପାନରେ ଫ୍ରେଞ୍ଚ୍ ଫ୍ରାଇଜ୍‌ ତିଆରି ପାଇଁ ବ୍ୟବହୃତ ହେଉଥିବା ଆଳୁର ଅଭାବ ଦେଖାଦେଇଛି।

ଯେଉଁଥି ପାଇଁ କମ୍ପାନୀ କେବଳ ଛୋଟ ଆକାରରେ ଫ୍ରେଞ୍ଚ ଫ୍ରାଇଜ୍‌ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛି । ଏଥିପାଇଁ ମ୍ୟାକ ଡୋନାଲ୍ଡସ୍ କହିଛନ୍ତି ଯେ ଏହା ଆଳୁ ଆସିବା ନେଇ ତଥା ପରିବହନରେ ବିଳମ୍ବ ହେବାରୁ ଏହି ସମସ୍ୟାର ସମ୍ମୁଖୀନ ହୋଇଛି । ଯେଉଁ କାରଣରୁ ଶୁକ୍ରବାର ଠାରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଜାପାନରେ କେବଳ ଛୋଟ ଆକାରର ଫ୍ରେଞ୍ଚ୍ ଫ୍ରାଇଜ୍‌ ବିକ୍ରି ହେବ। ଏହାକୁ ନେଇ କମ୍ପାନୀ କହିଛି ଯେ ଡିସେମ୍ବର ୩୦ ପର୍ଯ୍ୟନ୍ତ ଜାପାନରେ ମଧ୍ୟମ ଆକାର ଏବଂ ବଡ଼ ଆକାରର ଫ୍ରେଞ୍ଚ୍ ଫ୍ରାଇଜ୍‌ ବିକ୍ରି ହେବ ନାହିଁ । ଏଥିପାଇଁ ଆଳୁ ଚିପ୍ସର ଅଭାବ ହେତୁ ଏହି ନିଷ୍ପତ୍ତି ନିଆଯାଇଛି ।

ହେଲେ ବର୍ତ୍ତମାନ ଫାଷ୍ଟଫୁଡ୍ କମ୍ପାନୀ କହିଛି ଯେ ଏହା କାନାଡାର ବେଙ୍କ୍ୟୁବର ନିକଟ ଏକ ବନ୍ଦରରୁ ଫ୍ରେଞ୍ଚ୍ ଫ୍ରାଇଜ୍‌ ତିଆରି କରିବା ପାଇଁ ଆଳୁ ଆମଦାନୀ ହୋଇଥାଏ। ଏଥିସହିତ ବନ୍ୟା କ୍ଷୟକ୍ଷତି ଏବଂ ମହାମାରୀ ହେତୁ ଜାହାଜ ଗୁଡ଼ିକ ବିଳମ୍ବର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ, ଜାପାନରେ ଆଳୁର ଅଭାବ ଦେଖା ଦେଇଛି । ଏଥିପାଇଁ ଫ୍ରେଞ୍ଚ ଫ୍ରାଇଜ୍‌ ଉପରେ ହିଁ ପ୍ରଭାବ ପଡିଛି । ତେଣୁ ଆଳୁ ସ୍ୱାଭାବିକ ଭାବେ ଆସିନି ସେ ପର୍ଯ୍ୟନ୍ତ କମ୍ପାନୀ ଛୋଟ ଆକାରରେ ଫ୍ରେଞ୍ଚ୍ ଫ୍ରାଇଜ୍‌ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ।

Show More

Related Articles

Back to top button