Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ ଉପରକୁ ଦୁଇ ଯୁବକଙ୍କ ଅଣ୍ଡା ମାଡ଼

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ହୋଇଛି ଅଣ୍ଡା ମାଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ସାରି ଫେରିବାବେଳେ ମେଡ଼ିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏହା ମଧ୍ୟରେ ଦୁଇ ଜଣ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଲକ୍ଷ୍ୟ କରି ଅଣ୍ଡା ଫିଙ୍ଗିଥିଲେ ।ଶ୍ରୀମନ୍ଦିର ଆଡ଼କୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗେଇ ଚାଲିଥିବାବେଳେ ଏହି ସମୟରେ ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଧସେଇ ପଶିଥିଲେ ୨ଜଣ ଯୁବକ । ଏହାସହ ସେମାନେ କଳାପତାକା ଦେଖାଇଥିଲେ । ବିରୋଧ ପ୍ରଦର୍ଶନ କରିଥିବା ଯୁବକଙ୍କୁ ପୋଲିସ ଧରିଥିଲା । ଏହାପରେ ଆଉ ଜଣେ ଯୁବକ ଧସେଇ ପଶିଥିଲେ । ପରେ ୩ଜଣ ଯୁବକଙ୍କୁ ପୋଲିସ କାବୁ କରିଥିଲା ।

Show More

Related Articles

Back to top button