Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଖୁବଶୀଘ୍ର ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ

ଖୁବଶୀଘ୍ର ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ । ଏନେଇ ଆଶା ପ୍ରକଟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ବନ୍ଦ ରହିଥିବା ନିୟମିତ ବିମାନ ସେବାକୁ ପୁଣିଥରେ ଆରମ୍ଭ କରାଯିବ । ଡିସେମ୍ବର ମାସ ସରିବା ପୂର୍ବରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂସଲ ଆଜି ସୂଚନା ଦେଇଛନ୍ତି ।

ଆଜି ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂସଲ କହିଛନ୍ତି ଯେ ଖୁବ ଶୀଘ୍ର ଆନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ ଅବସ୍ଥାକୁ ଫେରିବ । ଚଳିତ ବର୍ଷ ଶେଷ ସୁଦ୍ଧା ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଗତ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିମାନ ଚଳାଚଳକୁ ସ୍ୱାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କରୋନା ନ ବ୍ୟାପେ ତାହା ଉପରେ ସତର୍କ ଦୃଷ୍ଟି ରଖାଯିବ ।

Show More

Related Articles

Back to top button