ମନୋରଞ୍ଜନ

ବଲିଉଡକୁ ବଡ଼ ଝଟକା, ଆଖି ବୁଜିଲେ କୋରିଓ ଗ୍ରାଫର ସରୋଜ ଖାନ

ମୁମ୍ବାଇ: କୋରିଓଗ୍ରାଫର୍ ସରୋଜ ଖାନଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି I ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଜୁନ୍ ୨୦ ତାରିଖରେ ତାଙ୍କୁ ମୁମ୍ୱାଇ ସ୍ଥିତ ଗୁରୁନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ସରୋଜ ଖାନ ୧୯୮୬ରୁ ନେଇ ୨୦୧୯ ପର୍ଯ୍ୟନ୍ତ ବହୁତ ଗୁଡ଼ିଏ ବଲିଉଡ୍ ଚଳଚ୍ଚିତ୍ର ଗୀତରେ କୋରିଓଗ୍ରାଫି କରିଥିଲେ I ସେ ଗୁଡିକ ମଧ୍ୟରୁ ‘ନିମ୍ୱୁଡା ନିମ୍ୱୁଡା’, ‘ଏକ ଦୋ ତିନ’, ‘ମନ ଡୋଲାରେ ଡୋଲା’ , ‘ହାୱା ହୱାଇ’, ‘ନା ଯାନେ କାହାଁସେ ଆଇହୋ’, ‘ଧକ୍ ଧକ୍ କରେନ୍ ଲଗା’, ପରି ଅନେକ ଗୁଡିଏ ସୁପରହିଟ୍ ଗୀତ ଫ୍ୟାନ ମାନଙ୍କୁ ଭେଟି ଦେଇଛନ୍ତି I

ସେ ତେଜାବ, ଖଳନାୟକ, ମିଷ୍ଟର ଇଣ୍ତିଆ, ଦିଲ୍ ଦେ ଚୁକେ ସନମ୍, ଦେବ ଦାସ ପରି ଅନେକ ହିଟ୍ ଚଳଚିତ୍ରର ଗୀତକୁ କୋରିଓଗ୍ରାଫି କରିଥିଲେ I ତାଙ୍କର ଶେଷ କୋରିୟଗ୍ରାଫି ଥିଲା କଳଙ୍କ ଚଳଚ୍ଚିତ୍ରର ‘ତବାହ୍ ହୋ ଗଏ’ I ଏହି ଗୀତରେ ମାଧୁରୀ ଦୀକ୍ଷିତ ନୃତ୍ୟ କରିଥିଲେ I

ସରୋଜ ଖାନଙ୍କ ଜନ୍ମ ୨୨ ନଭେମ୍ବର ୧୯୪୮ ମୁମ୍ୱାଇରେ ହୋଇଥିଲା I ତାଙ୍କର ପ୍ରକୃତ ନାମ ନିର୍ମଳା ନାଗପାଳ ଥିଲା I ସେ ୨୦୦ରୁ ଅଧିକ ଚଳଚ୍ଚିତ୍ର କୋରିଓଗ୍ରାଫ୍ କରିଥିଲେ I ସରୋଜ ପ୍ରଥମେ ଆସିଷ୍ଟାଣ୍ଟ କୋରିଓଗ୍ରାଫର୍ ଥିଲେ I କିନ୍ତୁ ୧୯୭୪ରେ ଚଳଚିତ୍ର ‘ଗୀତା ମେରା ନାମ୍’ରୁ ତାଙ୍କର ଲୋକପ୍ରିୟତା ବଢିଲା I ସରୋଜ ଖାନଙ୍କୁ ୨୦୦୭ରେ ଆସିଥିବା ଚଳଚ୍ଚିତ୍ର ‘ଜବ ଉଇ ମିଟ୍’ ପାଇଁ ଶ୍ରେଷ୍ଠ କୋରିଅଗ୍ରାଫର ପୁରସ୍କାର ମିଳିଥିଲା I ଚଳଚ୍ଚିତ୍ର ‘ଗୁରୁ’ ପାଇଁ ତାଙ୍କୁ ଫିଲ୍ଲ୍ମ୍ ଫେୟାର୍ ପୁରସ୍କାର, ୨୦୦୨ରେ ଆସିଥିବା ଚଳଚ୍ଚିତ୍ର ଦେବଦାସ ପାଇଁ ଫିଲ୍ମ ଫେୟାର୍ ପୁରଷ୍କାର,ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର, ଆଉ ଚଳଚ୍ଚିତ୍ର ଲଗାନ ପାଇଁ ଆମେରିକାନ୍ କୋରିଓଗ୍ରାଫି ପୁରସ୍କାରରେ ସମ୍ମାନିତ କରାଯାଇଥିଲା I

ବଲିଉଡରେ ସମସ୍ତଙ୍କୁ ସରୋଜ ନୃତ୍ୟ ଶିଖାଇଛନ୍ତି I ନିଜ ତାଳରେ ସମସ୍ତଙ୍କୁ ନଚାଉଥିବା ସରୋଜ ଖାନ ଆଜି ଆମ ଗ୍ରହଣରେ ନାହାନ୍ତି, କିନ୍ତୁ ସେ ସର୍ବଦା ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ଘର କରିଯାଇଛନ୍ତି I ୨୦୨୦ ବଲିଉଡ୍ ପୃଷ୍ଠାରେ ଏକ ଶୋକ ପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ଦେଇଛି I ଜଣକ ପରେ ଜଣେ ବଲିଉଡର ସୁପରଷ୍ଟାର ଦୁନିଆରୁ ଦୂରେଇ ଯାଉଛନ୍ତି I ସର୍ବ ପ୍ରଥମେ ଇରଫାନ ଖାନ, ଋଷି କପୁର, ତାପରେ ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ଦେହାନ୍ତ ଖବର ପରେ ପରେ ସୁଶାନ୍ତ ସିହଂ ରାଜପୁତଙ୍କ ଆତ୍ମହତ୍ୟା ଖବର ବଲିଉଡକୁ ଦୋହଲାଇ ଦେଇଥିଲା I ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣା ନପଡୁଣୁ ସରୋଜଙ୍କ ମୃତ୍ୟ ବଲିଉଡ୍ ସମେତ ଫ୍ୟାନ ମାନଙ୍କ ମନରେ ଦୁଃଖ ଆଣି ଦେଇଛି I

Show More

Related Articles

Back to top button