ଓଡ଼ିଶା

କୃଷକଙ୍କ ପାଇଁ ଆଉ ଏକ ନୂଆ ଯୋଜନା “ବଳରାମ”

ମୁଖ୍ୟ ସାଶନ ସଚିବଙ୍କ ନେତୃତ୍ୱରେ "ବଳରାମ"ର ରୂପରେଖ ନେଇ ଆଲୋଚନା

ଭୁବନେଶ୍ୱର: ରାଜ୍ୟ ସରକାର କାଳିଆ ଯୋଜନା ପରେ ଆଉ ଏକ ନୂଆ ଯୋଜନା “ବଳରାମ” ଘୋଷଣା କରିଛନ୍ତି I ବଳରାମ ଯୋଜନାରୋ ଓଡ଼ିଶାର ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ଋଣ ପ୍ରଦାନ କରାଯିବ I ଏହି ଯୋଜନାରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି ଆକଳନ କରାଯାଉଛି I ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇ ଦେବା ସଂପର୍କରେ ଆଲୋଚନା ହୋଇଥିଲା I

ଜଏଣ୍ଟ ଲିଆବିଲିଟି ଗ୍ରୁପ୍ ମାଧ୍ୟମରେ ଋଣ ପଦାନ କରାଯିବକୁ ବୈଠକରେ ସ୍ଥିର ହୋଇଛି I ଏଥିପାଇଁ ରାଜ୍ୟସ୍ତରରେ ଇମେଜ ଓ ଜିଲ୍ଲା ସ୍ତରରେ ଆତ୍ମା ନାମକ ସଂସ୍ଥା କାମକରିବ I ଛୋଟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାରେ ପ୍ରାୟ ୭ ହଜାର ଶାଖା ରହିବ I ସମସ୍ତ ବ୍ୟାଙ୍କକୁ ଚଳିତ ବର୍ଷ ଅତିକମରେ ପ୍ରାୟ ୧୦ଟି ଋଣ ଜଏଣ୍ଟ ଲିଆବିଲିଟି ସ୍କିମରେ ଦେବା ପାଇଁ କୁହାଯାଇଛି I

ପ୍ରାୟ ୭୦ ହଜାର ଗୋଷ୍ଠୀ ଋଣ ପାଇବେ I ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଗୋଷ୍ଠୀରେ ୫ଜଣ ଚାଷୀ ରହିବେ ଏବଂ ବର୍ଷକୁ ୩ ଲକ୍ଷ ଚାଷୀ ହିସାବରେ ୨ବର୍ଷ ଭିତରେ ପ୍ରାୟ ୭ଲକ୍ଷ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରକ୍ଷା ଯାଇଛି I ପ୍ରତିଗୋଷ୍ଠୀକୁ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଯୋଗାଇ ଦିଆଯିବ I କୃଷକ ମାନେ ଏହି ଯୋଜନା ମାଧ୍ୟମରେ ଅଧିକ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି I

Show More

Related Articles

Back to top button