ଦେଶ ବିଦେଶ

ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍, ୫୯ଟି ଆପ୍ ବ୍ୟାନ୍

ନୂଆଦିଲ୍ଲୀ: ଲଦାଖ ବିବାଦକୁ ନେଇ ବିଗତ ୨ ମାସ ହେବ ଭାରତ-ଚୀନ ମଧ୍ୟରେ ସମ୍ପର୍କ ବିଗିଡି ବାରେ ଲାଗିଛି I ଭାରତ ଚୀନ ସହ ସମ୍ପର୍କ ସୁଧାରିବାକୁ ଉଦ୍ୟମ କରୁଥିବାବେଳେ ଚୀନ କିନ୍ତୁ ନିଜ ଯିଦରେ ଅଟଳ I ଏ ନେଇ ଦୁଇ ସେନା ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ଲେଫନାଣ୍ଟ ଜେନେରାଲ ସ୍ତରରେ ଆଲୋଚନା ହେବ I ଏହି ସମ୍ମିଳନୀର ଠିକ ପୂର୍ବରୁ ଭାରତ ଡିଜିଟାଲ ଷ୍ଟ୍ରାଇକ ଦ୍ୱାରା ଚୀନକୁ କଡ଼ା ଜବାବ ଦେଇଛି I

ଭାରତରେ ବ୍ୟବହୃତ ହେଉଥିବା ଚୀନ୍ ଆପ ଗୁଡିକ ଉପରେ କଟକଣା ଲଗାଇଛି ଭାରତ I ଟିକଟକ୍, ୟୁସି ବ୍ରାଉଜର ସହିତ ଅନ୍ୟ ୫୯ଟି ଚାଇନିଜ୍ ଆପ ଗୁଡିକର ବ୍ୟବହାର ଉପରେ ଭାରତ ସରକାର କଟକଣା ଜାରି କରିଛନ୍ତି I ଏହି ସବୁ ଆପ ମାଧ୍ୟମରେ ଚୀନ, ଭାରତରୁ ହଜାର ହଜାର କୋଟି ଟଙ୍କା ଆୟ କରିଥାଏ I ଏକ ସର୍ଭେରୁ ଜଣାପଡିଛି ଯେ ଟିକଟକ୍ କେବଳ ଭାରତରୁ ୧୧୫କୋଟିରୁ ଆୟ କରିଥିବା ବେଳେ, ଆପ ଲଞ୍ଚ କରିବାର ଅଳ୍ପ କେଇଟା ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା I

ଅନ୍ୟପଟେ ୟୁସି ବ୍ରାଉଜର ଏପର୍ଯ୍ୟନ୍ତ ଭାରତୀୟ ବଜାରରୁ ୧ କୋଟି ୩୦ ଲକ୍ଷ ଟଙ୍କା ଆୟ କରିସାରିଛି I ଭାରତରେ ଟିକଟକ ଓ ୟୁସି ବ୍ରାଉଜର ଭଳି ଆପ୍ ବ୍ୟବହାରକାରୀଙ୍କର ବ୍ୟକ୍ତିଗତ ତଥ୍ୟକୁ ଚୋରି କରୁଥିବା ପୂର୍ବରୁ ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା I

Show More

Related Articles

Back to top button