ଦେଶ ବିଦେଶ

କରାଚି ଷ୍ଟକ-ଏକ୍ସଚଞ୍ଜେରେ ଆତଙ୍କବାଦୀ ଆକ୍ରମଣ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

 

ପାକିସ୍ତାନର ଷ୍ଟକ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ । ସୋମବାର ସକାଳ ଏହି ଆତ୍ମଘାତି ଆକ୍ରମଣ ହୋଇଛି । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ସାଧାରଣ ନାଗରିକ, ଜଣେ ପୋଲିସ ସବ୍-ଇନ୍ସପେକ୍ଟର ଓ ୪ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଚାରି ଜଣ ଆତଙ୍କବାଦୀ ଏକ  କାରରେ ଆସି ଆକ୍ରମଣ କରିଥିଲ, ପ୍ରଥମେ ଆତଙ୍କୀ ମାନେ ଗ୍ରେନେଡ଼ ମାଡ କରିବା ପରେ ଘଟଣା ସ୍ଥଳରେ ଆଖିବୁଜା ଗୁଳି ଚଳାଇଥିଲେ  । ପୋଲିସ ଓ ପାକିସ୍ତାନ ରେଞ୍ଜର୍ସଙ୍କ ପାଲଟା ଆକ୍ରମଣରେ ଚାରି ଆତଙ୍କ ବାଦୀ ନିହତ ହୋଇଛନ୍ତି ।

https://twitter.com/MirPAK5/status/1277486481217654791

ଏହି ଆକ୍ରମଣ କିଏ ଘଟାଇଛି ତାହା ଏଯାବତ ସ୍ପଷ୍ଟ ହୋନାହି । ଆକ୍ରମଣ ସମୟରେ ଷ୍ଟକ ଏକ୍ସଚେଞ୍ଜେରେ କାରବାର ସ୍ୱାଭାବିକ ରହିଥିବା ଏହାର ନିର୍ଦ୍ଦେଶକ ଅବିଦ୍ ଅଲି ହବିବ୍ କହିଛନ୍ତି । ଏହି ଆକ୍ରମଣରେ ଷ୍ଟକ ଏସ୍କଚେଞ୍ଜ କୋଠାରେଥିବା ପାକିସ୍ତାନର ପ୍ରମୁଖ ଘରୋଇ ବ୍ୟାଙ୍କ ଶାଖାରହିଛି । ଅନ୍ୟପଟେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ କୋଠାରେ ଥିବା ପ୍ରମୁଖ ବ୍ୟାଙ୍କ ଶାଖା ମାନଙ୍କରେ ବହୁ ପରିମାଣର କ୍ଷତି ହୋଇଛି । କରାଚିର ବିଭିନ୍ନ ଅଞ୍ଚଳକୁ ପୋଲିସ ଓ ପାକିସ୍ତାନ ରେଞ୍ଜର୍ସ ସିଲ କରିବା ସହିତ ଖାନତଲାସି ଜାରିରଖିଛନ୍ତି ।

Show More

Related Articles

Back to top button