ଦେଶ ବିଦେଶରାଜନୀତି

ରାହୁଲ ଗାନ୍ଧି ନେତା ହେବାକୁ ଯୋଗ୍ୟ ନୁହଁନ୍ତି: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି I ବିଜେପି ଓ କଂଗ୍ରେସ ନେତା ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ I ସୋସିଆଲ ମିଡିଆରେ ଦୁଇ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲଗାତାର ଜାରି ରହିଛି I ଏହି କ୍ରମରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ତୀର ମାରିଛନ୍ତି I

ଶୁକ୍ରବାର ସମ୍ବିତ ପାତ୍ର ଏକ ଟ୍ୱିଟ୍ କରି ଲେଖିଛନ୍ତି, ‘ରାହୁଲ ଗାନ୍ଧି ଆପଣଙ୍କୁ ଲାଜ ଲାଗିବା କଥା I ଆପଣ ମିଥ୍ୟା ଓ ଆଧାରହୀନ ଖବର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବାଣ୍ଟି ସେନାକୁ ହତୋତ୍ସାହିତ କରୁଛନ୍ତି I ଯ଼େତେବେଳେ କି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କ ମନୋବଳ ବୃଦ୍ଧି କରିବାକୁ ଘଟଣାସ୍ଥଳକୁ ଯାଉଛନ୍ତି… ଆପଣ ନେତା ହେବାକୁ ଯୋଗ୍ୟ ନୁହଁନ୍ତି I’

ଏଥିସହ ସମ୍ବିତ ପାତ୍ର ଟ୍ୱିଟରରେ ଏକ ଭିଡିଓ ସେୟାର୍ କରିଛନ୍ତି I ଭିଡିଓରେ ରାହୁଲ ଗାନ୍ଧିଙ୍କ ପୋଲ୍ ଖୋଲିଛନ୍ତି ସମ୍ବିତ I ରାହୁଲ କିଭଳି କଂଗ୍ରେସର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଲଦାଖର ନାଗରିକ କହିଥିଲେ ତାର ପର୍ଦ୍ଦାଫାସ୍ କରିଛନ୍ତି ସମ୍ବିତ I ରାହୁଲ ସେୟାର କରିଥିବା ଭିଡିଓରେ ଏହି କଂଗ୍ରେସ କର୍ମୀ ଭାରତର ଅଞ୍ଚଳ ଚୀନ କବଜାରେ ଥିବା ଦର୍ଶାଇଥିଲେ I

ରାହୁଲ ଗାନ୍ଧି ପୂର୍ବରୁ ମୋଦି ସରକାରଙ୍କୁ ଘେରିବାକୁ ଏକ ଭିଡିଓ ସେୟାର କରିଥିଲେ I ଯେଉଁଥିରେ ଲଦାଖର କିଛି ଲୋକ କହୁଥିଲେ ଚୀନ ଆମ ଜମି କବଜା କରି ରଖିଛି I ରାହୁଲ ନିଜ ଟ୍ୱିଟରେ ଲେଖିଥିଲେ ‘ଲଦାଖର ଲୋକ କହୁଛନ୍ତି ଚୀନ୍ ଆମ ଜମି ନେଇଯାଇଛି I ପ୍ରଧାନମନ୍ତ୍ରୀ କହୁଛନ୍ତି କେହି ଆମ ଜମି ନେଇନାହାଁନ୍ତି I ଏମାନଙ୍କ ମଧ୍ୟରୁ କିଏ ତ ମିଛ କହୁଛି I’

Show More

Related Articles

Back to top button