ମନୋରଞ୍ଜନ

ମତେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ: ଚେତନ ଭଗତ

ଲେଖକ ଚେତନ ଭଗତ ଓ ଫିଲ୍ମ ସମାଲୋଚକ ଅନୁପମା ଚୋପ୍ରାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ସାମ୍ନାସାମ୍ନି। ଫିଲ୍ମର ରିଭ୍ୟୁ କରିବା ସମୟରେ ସମାଲୋଚକ ସତର୍କତାର ସହ ଦେଖିବା ଦରକାର। ଏହାକୁ ନେଇ ଓଭରସ୍ମାର୍ଟ ହେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ମୁମ୍ୱାଇ: ଲୋକପ୍ରିୟ ଲେଖକ ଚେତନ ଭଗତ ଓ ଫିଲ୍ମ ସମାଲୋଚକ ଅନୁପମା ଚୋପ୍ରାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ସାମ୍ନାସାମ୍ନି ହୋଇଛନ୍ତି। ଚେତନ ଭଗତ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଦିଲ ବେଚାରାକୁ ନେଇ ସୋସିଆଲ ମିଡିଆରେ ଲେଖିଛନ୍ତି। ଏହି ଫିଲ୍ମର ରିଭ୍ୟୁ କରିବା ସମୟରେ ସମାଲୋଚକ ସତର୍କତାର ସହ ଦେଖିବା ଦରକାର। ଏହାକୁ ନେଇ ଓଭରସ୍ମାର୍ଟ ହେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ଯାହାକୁ ନେଇ ସମାଲୋଚକ ଅନୁପମା ଚୋପ୍ରା ଚେତନ ଭଗତଙ୍କୁ କଡ଼ା ଜବାବ ଦେଇଛନ୍ତି। ଏହାକୁ ନେଇ ଚେତନ ଭଗତ ଅନୁପମାଙ୍କୁ ସମାଲୋଚନା କରିବା ସହ ତାଙ୍କ ସ୍ୱାମୀ ବିଧୁ ବିନୋଦ ଚୋପ୍ରାଙ୍କ ଉପରେ ଆତ୍ମହତ୍ୟାର ଅଭିଯୋଗ କରିଛନ୍ତି। ଅନୁପମା ଆହୁରି ଲେଖିଛନ୍ତି, ଏଭଳି ଲେଖୁଥିବା ଲୋକଙ୍କ ମାନସିକତା ବହୁତ ଛୋଟ, କିନ୍ତୁ ସେମାନେ ଏତେ ତଳକୁ ଖସିଯିବେ ବୋଲି କେବେ ଆଶା ନଥିଲା।

ଏହାକୁ ନେଇ ଚେତନ ଭଗତ ଜୋରଦାର ଜବାବ ଦେଇଥିଲେ, ଆପଣଙ୍କ ସ୍ୱାମୀ ଅର୍ଥାତ ବିଧୁ ବିନୋଦ ଚୋପ୍ରା ମତେ ନ ପଚାରି ସମସ୍ତ କ୍ରେଡିଟ ନେଇଥିଲେ, ଥ୍ରୀ ଇଡିଅଟ ଫିଲ୍ମ ପାଇଁ କହିଥିଲେ ମଧ୍ୟ କୌଣସି କ୍ରେଡିଟ୍ ଦେଇନଥିଲେ ଓ ମତେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ସେହି ସମୟରେ ଆପଣ କେବଳ ତମାସା ଦେଖୁଥିଲେ ବୋଲି ଚେତନ ଜବାବ ରଖିଛନ୍ତି। ସେତେ ବେଳେ ଆପଣଙ୍କ ଭାବନାର ସ୍ତର କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ଚେତନ ଭଗତଙ୍କୁ ସମାଲୋଚନା କରିବା ସମୟରେ ଅନ୍ୟ କିଛି ଲୋକମାନେ ଚେତନ ଭଗତଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି।

Show More

Related Articles

Back to top button