
ପ୍ରେମ ସବୁବେଳ ସୁନ୍ଦର ଏବଂ ସାସ୍ୱତ ବୋଲି ଆମେ ଜାଣିଛନ୍ତି । ପ୍ରିୟଙ୍କା ଓ ନିକ୍ ଙ୍କ ଯୋଡିକୁ ଦେଖିଲେ ଏହାର ପ୍ରମାଣ ଆପଣଙ୍କୁ ମିଳିଯିବ। ପ୍ରେମ ସବୁବେଳ ସତ୍ୟ ଏହା କୌଣସି ଜାତି, ଧର୍ମ, ବର୍ଣ୍ଣ ଦେଖିନଥାଏ ଏବଂ ଆପଣ ଦୁନିଆର ଯେକୌଣସି ସ୍ଥାନରେ ଥାନ୍ତୁନା କାହିଁ ଏହା ଆପଣକୁ ଖୋଜି ଦେଇଥାଏ। ଏହି ପରି କିଛି ୩ବର୍ଷ ପୂର୍ବରୁ ନିକ୍ ଓ ପ୍ରିୟଙ୍କା ଙ୍କ ସହିତ ହେଇଥିଲା। ଏହି ଦୁଇଜଣଙ୍କ ଦେଖା ୨୦୧୭ ମସିହାରେ ମେଟ୍ ଗାଲାରେ ହେଇଥିଲା ଏହାର କିଛି ଦିନ ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ପ୍ରିୟଙ୍କା ଓ ନିକ୍ ଙ୍କ ପାଇ ସବୁଠୁ ବଡଦିନ ଥିଲା ଯେଉଁ ଦିନ ଦୁହେଁ ବିବାହ ବନ୍ଦନରେ ବାନ୍ଦିହେବା ପାଇଁ ନିସ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଦୁଇବର୍ଷ ପୂର୍ବରୁ ୨୦୧୮ ରେ ନେଇଥିଲେ।
ଆଜି ଦିନରେ ନିକ୍ ପ୍ରିୟଙ୍କାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଏବେ ଦୁଇବର୍ଷ ପରେ ଦୁଇଜଣଙ୍କ ସମ୍ପର୍କ ରେ ବହୁତ ପରିବର୍ତ୍ତନ ଆସିଜାଇଛି। ପ୍ରିୟଙ୍କା ନିଜ ପ୍ରପୋଜାଲ୍ ଆନିଭର୍ସରି ଖୁସିରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ପତି ନିକ୍ ଙ୍କ ପାଇଁ ଏକ ପ୍ରେମଭରା ମେସେଜ ଲେଥିଛନ୍ତି। ପ୍ରୟଙ୍କା ଲେଖିଛନ୍ତି- ମୋ ଜୀବନର ସବୁଠାରୁ ବଡ ଖୁସି। ୨ବର୍ଷ ତଳେ ଆଜି ଦିନରେ ତୁମେ ମୋତେ ବିବାହ ପାଇ ପ୍ରସ୍ଥାବ ଦେଇଥିଲ। ସେତେବେଳେ ଯଦିଓ ମୋ ପାଟି ଚୁପ ହୋଇଯାଇଥିଲା ଏହା ପରଠାରୁ ନେଇକି ଆଜି ପଯ୍ୟନ୍ତ ତୁମ ସହିତ ବିତାଉଥିବା ପ୍ରତିଟି ମୂହୁତ୍ତକୁ ହଁ କହୁଛି। ଏପରି ଅଲଗା ସମୟରେ ତୁମେ ଏହି ଉଇକେଣ୍ତକୁ ସ୍ମରଣିୟ କରିଦେଲ। ସବୁ ସମୟରେ ମୋ ବିଷୟରେ ଚିନ୍ତା କରିଥିବାରୁ ଧନ୍ୟବାଦ। ମୁଁ ଦୁନିଆର ସବୁଠାରୁ ଭାଗ୍ୟସାଳି ଝିଅ। ଆଇ ଲଭ୍ ୟୁ। ପ୍ରିୟଙ୍କାଙ୍କ ଏହି ପୋଷ୍ଟରେ ନିକ୍ ଜୋନସନ୍ ମଧ୍ୟ ଉତ୍ତର ଦେଇଛନ୍ତି। “ହଁ କହିଥିବାରୁ ଧନ୍ୟବାଦ। ଆଇ ଲଭ୍ ୟୁ ବିୟୁଟିଫୁଲ୍” ।
ପ୍ରିୟଙ୍କାଙ୍କ ଜନ୍ମ ଦିନରେ ନିକ୍ ମଧ୍ୟ ଏକ ସୁନ୍ଦର ମେସେଜ ଲେଖିଥିଲେ। ୧୮ଜୁଲାଇ ରେ ପ୍ରିୟଙ୍କା କାଙ୍କର ୩୮ବର୍ଷ ଜନ୍ମ ଦିନ ପାଳନ କଲେ। ଏଥିପାଇ ନିକ୍ ଏକ ରୋମାନଟିକ୍ ଫଟୋ ପୋଷ୍ଟ କରିଥିଲେ। ଏହି ସମୟରେ ନିକ୍ ପ୍ରିୟଙ୍କା ଙ୍କ ସହିତ ଏକ ରୋମାନଟିକ୍ ଫୋଟ ସେୟାର କରି ଲେଖିଛନ୍ତି- ମୁଁ ତୁମ ଆଖିରେ ସାରା ଜିବନ ଦେଖିପାରିବି। ଆଇ ଲଭ୍ ୟୁ ବେବି। ଆଜି ପର୍ଯ୍ୟନ୍ତର ତୁମେ ମୋ ଜିବନର ସବୁଠାରୁ ବୁଦ୍ଦିମାନ ଓ ଖୁବ୍ ସୁନ୍ଦର ମଣିଷ ଜାହାକୁ କୁ ହେଖିଛି। ଏଥିପାଇଁ ମୁଁ ବହୁତ ଚିର ଉପକୃତ। ଜନ୍ମ ଦିନର ସୁବେଛା ବିୟୁଟିଫୁଲ୍। ପ୍ରିୟଙ୍କାଙ୍କ ଜନ୍ମ ଦିନରେ ଆନେକ ବଲିଉଡ୍ ଷ୍ଟାର ମଧ୍ୟ ସୁବେଶ୍ଟା ଦେଇଥିଲେ। ନିକ୍ ଓ ପ୍ରିୟଙ୍କାଙ୍କ ଦେଖା ୨୦୧୭ରେ ହୋଇଥିଲା। ମେଟ୍ ଗାଲା ୨୦୧୭ରେ ଦୁହେଁ ପାଟନର୍ସ ହୋଇ ଯାଇଥିଲା। ଏହା ପରେ ଦୁଇଜଣ ମଧ୍ୟରେ ବନ୍ଦୁତା ହେଲା ତାପରେ ପ୍ରେମ ହେଇଥିଲା। କିଛି ଦିନପରେ ନିକ୍ ପ୍ରିୟଙ୍କାଙ୍କୁ ଜିବନ ସାଥି କରିବେ ବୋଲି ନିସ୍ପତି ନେଇଥିଲେ। ନିକ୍ ଓ ପ୍ରିୟଙ୍କା ୧ଓ୨ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ। ରାଜସ୍ତାନର ଉଦୟପୁର ରେ ଦୁଇଜଣ ବିବାହ କରିଥିଲେ। ଏହି ବିବାହ ଉଭୟ ହିନ୍ଦୁ ଏବଂ କ୍ରିଷ୍ଟିଆନ ଦୁଇପ୍ରକାର ହୋଇଥିଲା। ଏଥିରେ ଉଭୟଙ୍କ ପରିବାର ଏବଂ ନିକଟ ବନ୍ଦୁ ଯୋଗଦେଇଥିଲେ।