ଓଡ଼ିଶାଦେଶ ବିଦେଶ

ଭାରତରେ ସ୍ଥିତି ସାଂଘାତିକ,୧୧ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ ସାଂଘାତିକ ରୂପ ନେଲାଣି କୋରନା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି  କୋରୋନା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ପାର କଲାଣି । ତେଣୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଆଜି ଦେଶରେ ୩୮,୯୦୨ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୫୪୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏଭଳି ବିସ୍ଫୋରଣ ସଂକ୍ଷକ ସଂକ୍ରମଣ ଆରମ୍ଭ ହେବା ପରଠାରୁ, ଏବେ ପର୍ଯ୍ୟନ୍ତ ୨୬,୮୧୬ ଲୋକଙ୍କର ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ କୁହାଯାଉଛି । ୬.୭୭ ଲକ୍ଷରୁ ଅଧିକ ଲୋକ ଅର୍ଥାତ ୬୩.୩୪ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ବି ମହାରାଷ୍ଟ୍ରରେ କୋରୋନା ପଜିଟିଭ୍ ମାମଲା ସର୍ବାଧିକ । ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ ବଢୁଛି ସଂକ୍ରମଣ । ବିଶ୍ୱରେ ଆମେରିକା ଓ ବ୍ରାଜିଲ ପଛରେ କରୋନା ପଜିଟିଭ୍ ସଂଖ୍ୟାରେ ଭାରତର ସ୍ଥାନ ତୃତୀୟ  ରହିଛି ।

ବିଗତ ୨୪ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୯୫୧୮ ନୂତନ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଆଜି ୨୫୮ ଜଣ କୋରୋନାରେ ମୃତ୍ୟୁ ହୋଇଛି । ତେବେ ମୋଟ ମୃତ୍ୟୁ ସଂଖ୍ୟା ୧୧୮୫୪ ଟପିଛି । ତେବେ ଦକ୍ଷିଣ ତାମିଲନାଡୁର ମଦୁରାଇ ଏବଂ ଚେନ୍ନାଇକୁ ଲାଗିଥିବା ତିନୋଟି ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢୁଛି । ମଦୁରାଇରେ ତିନି ସପ୍ତାହ ମଧ୍ୟରେ ମାମଲା ସଂଖ୍ୟାରେ ସାତଗୁଣ ବୃଦ୍ଧି ଘଟିଛି।  ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ କରୋନାଭାଇରସ୍ ମାମଲା ରେକର୍ଡ କରାଯାଇଛ । ସେଥିମଧ୍ୟରୁ ୨,୪୦୩ ଜଣଙ୍କର ମୃତ୍ୟୁ ଘଟିଛି । ବେଙ୍ଗାଲୁରୁରେ କରୋନାଭାଇରସ୍ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ଅନଲକ୍ 1.0 ଆରମ୍ଭରେ ୬୦୦ରୁ କମ୍ ମାମଲା ଥିବା ବେଙ୍ଗାଲୁରୁ ୨୫,୦୦୦ ମାମଲା ଅତିକ୍ରମ କରିଛି।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ଯୁକ୍ତରାଷ୍ଟ୍ରରେ କୋରୋନା ଆକ୍ରାନ୍ତିଙ୍କ ସଂଖ୍ୟା ୩.୭୮  ମିଲିୟନରେ ପହଞ୍ଚିଛି  ଥିବାବେଳେ ୧ଲକ୍ଷ ୪୨ହଜାର ଲୋକଙ୍କର ମୃତ୍ୟୁ ଘଟିଛି, ଯାହା ବିଶ୍ୱରେ ସର୍ବାଧିକ। ଗତ ବର୍ଷ ଶେଷରେ ଚାଇନାରେ ଏହା ଉତ୍ପନ୍ନ ହେବା ପରେ ସାରା ବିଶ୍ୱରେ କରୋନାଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି। ୧.୩୮ କୋଟିରୁ ଅତ୍ୟଧିକ ଲୋକ ସଂକ୍ରମିତ ହୋଇଛନ୍ତି।

Show More

Related Articles

Back to top button